Priyanshi: ୧୨ ବର୍ଷରେ ତୃପ୍ତି ଓ ୧୩ ବର୍ଷରେ ଅନନ୍ୟା: ଛଅ ବର୍ଷରେ ସିନେମାରେ ପ୍ରଥମ ଗୀତ ଗାଇଲେ ପ୍ରିୟାଂଶୀ
ଭୁବନେଶ୍ବର: ମାତ୍ର ୧୨ ବର୍ଷରେ ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତୃପ୍ତି ଦାସ ପ୍ରଥମ ସିନେ ଗୀତ ଗାଇଥିଲେ ଓ ୧୩ ବର୍ଷରେ ଅନନ୍ୟା ଶ୍ରୀତମ୍ ନନ୍ଦ।
ତୃପ୍ତି ଦାସ ଅଦିନ ମେଘ ଚଳଚ୍ଚିତ୍ରରେ ଗାଇଥିଲେ ତାଙ୍କର ପ୍ରଥମ ସିନେ ଗୀତ -"ବୋଉଲୋ କି'କହିବି ନୂଆ ଭାଉଜଙ୍କ କଥା"।
ସେହିପରି ୧୩ ବର୍ଷ ବୟସରେ ଅନନ୍ୟା ନନ୍ଦ, ଚଳଚ୍ଚିତ୍ର ଅଗସ୍ତ୍ୟା ଓ ବେବି ପାଇଁ ଗୀତ ଗାଇଥିଲେ।
ହେଲେ ମାତ୍ର ଛଅ ବର୍ଷରେ ସିନେମାରେ ପ୍ରଥମ ଗୀତ ଗାଇଲେ ପ୍ରିୟାଂଶୀ।
ଏତେ କମ୍ ବୟସରେ ଚଳଚ୍ଚିତ୍ରରେ ଗୀତ ଗାଇ, ସମସ୍ତଙ୍କୁ ଚମକେଇ ଦେଇଛନ୍ତି ୬ ବର୍ଷିୟା ପ୍ରିୟାଂଶୀ।
Advertisment କୁନି କଣ୍ଠରେ ,"ଆ....
ନିଦ ମାଉସୀ" ଗୀତ ଗାଇଛନ୍ତି ଏବେ ସମସ୍ତଙ୍କୁ ବିସ୍ମିତ କରି ପ୍ରିୟାଂଶୀ ମିଶ୍ର ନିର୍ଦ୍ଦେଶକ ଶ୍ୟାମାପ୍ରସାଦ ମିଶ୍ରଙ୍କ ନୂଆ ଓଡ଼ିଆ ଛବି 'ମୋ ଭାଇ ଜଗନ୍ନାଥ'ରେ ତାଙ୍କ କୁନି କଣ୍ଠରେ ,"ଆ....
ନିଦ ମାଉସୀ" ଗୀତ ଗାଇଛନ୍ତି।
ମନ୍ମଥ ମିଶ୍ରଙ୍କ ଷ୍ଟୁଡିଓରେ ଏହି ଚଳଚ୍ଚିତ୍ର ର ଗୀତ ରେକର୍ଡିଙ୍ଗ ସରିଛି, ଯେଉଁଥିରେ ଶ୍ରୀଚରଣ ମହାନ୍ତି, ଶଶାଙ୍କ ଶେଖର,ମାନସୀ ପାତ୍ର, ରାମକୃଷ୍ଣ, ସତ୍ୟଜିତ୍ , ଇପସିତା ଓ ମନ୍ମଥ ମିଶ୍ରଙ୍କ ସହ ଗୀତ ଗାଇଛନ୍ତି ପ୍ରିୟାଂଶୀ।
ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିପିନ୍ ବାରିକ୍ ଓ ପ୍ରିତମ ମିଶ୍ର।
ହରିଆଣାରେ ରହୁଥିବା ପୁରୀ ମାଟିର ଝିଅ ପ୍ରିୟାଂଶୀ ହେଉଛନ୍ତି ଗୀତିକାର ଡ଼କ୍ଟର ବଦ୍ରି ମିଶ୍ରଙ୍କ ନାତୁଣୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରିତମ୍ ଙ୍କ ଝିଅ।
ପ୍ରିୟାଂଶୀଙ୍କ ସ୍ବର ଓଡ଼ିଆ ଶ୍ରୋତା -ଦର୍ଶକଙ୍କୁ ଚକିତ କରିବ ବୋଲି କୁହାଯାଉଛି।
Title: ନବଗୁଞ୍ଜର ହେଲା 'ନବରୂପ', ଆଗକୁ ବଦଳିବ ଏହି ଦୁଇ ଓଡ଼ିଆ ଫିଲ୍ମର ଟାଇଟଲ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
