Priyansh Arya Smashes Historic 181: ପ୍ରିୟାଂଶଙ୍କ ବ୍ୟାଟିଂ ଝଡ଼ରେ ଥରିଲା ପଡ଼ିଆ! ତାମିଲନାଡୁ ବିପକ୍ଷରେ ଦିଲ୍ଲୀର ରନ୍‌ ବର୍ଷା

Nov 24, 2026 - 15:48
Priyansh Arya Smashes Historic 181: ପ୍ରିୟାଂଶଙ୍କ ବ୍ୟାଟିଂ ଝଡ଼ରେ ଥରିଲା ପଡ଼ିଆ! ତାମିଲନାଡୁ ବିପକ୍ଷରେ ଦିଲ୍ଲୀର ରନ୍‌ ବର୍ଷା

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦେଖିବାକୁ ମିଳିଲା ବ୍ୟାଟିଂର ଭୟଙ୍କର ଝଡ଼। ମଙ୍ଗଳବାର ଇନ୍ଦୋରରେ ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ପ୍ରିୟାଂଶ ଆର୍ଯ୍ୟ ମାତ୍ର ୬୮ଟି ବଲ୍‌ରୁ ୧୮୧ ରନ୍‌ କରି ଇତିହାସ ରଚିଛନ୍ତି। ତାଙ୍କ ଇନିଂସ୍‌ରେ ରହିଥିଲା ୧୯ଟି ଛକା ଓ ୭ଟି ଚୌକା। ଅର୍ଥାତ୍‌ ୧୩୦ ରନ୍‌ କେବଳ ବାଉଣ୍ଡାରୀରୁ ଆସିଥିଲା।

ଏହି ବିସ୍ଫୋରକ ଇନିଂସ୍‌ ସହ ପ୍ରିୟାଂଶ ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିଥିବା ଭାରତୀୟ ଖେଳାଳି ହୋଇଛନ୍ତି। ପୁରୁଷ ଟି-୨୦ କ୍ରିକେଟ୍‌ରେ ମଧ୍ୟ ତାଙ୍କ ୧୮୧ ରନ୍‌ ଏବେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏଥିସହ ଗୋଟିଏ ଇନିଂସ୍‌ରେ ସର୍ବାଧିକ ୧୯ଟି ଛକା ମାରି ନ୍ୟୁଜିଲାଣ୍ଡର ଫିନ୍‌ ଆଲେନ୍‌ଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ଏହାସହ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଇତିହାସରେ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନିଜ ନାଁରେ କରିଛନ୍ତି ପ୍ରିୟାଂଶ। ତାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ ୫ ୱିକେଟ୍‌ ହରାଇ ୨୭୫ ରନ୍‌ କରିଛି। ତେବେ ପୁରୁଷ ଟି-୨୦ କ୍ରିକେଟ୍‌ର ବିଶ୍ୱ ରେକର୍ଡଠାରୁ ସେ ମାତ୍ର ୭ ରନ୍‌ ଦୂରରେ ରହିଗଲେ। ଦକ୍ଷିଣ ଆଫ୍ରିକାର ଲୁଆନ୍‌-ଡ୍ରେ ପ୍ରିଟୋରିୟସ୍‌ଙ୍କ ନାଁରେ ୧୮୮ ରନ୍‌ର ବିଶ୍ୱ ରେକର୍ଡ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)