ଶିଶୁକୁ ବାଘ ଟାଣିନେବା ଘଟଣା: ଚଢ଼ିଆପାରା ଗ୍ରାମ୍ୟ ଜଙ୍ଗଲରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

Nov 24, 2026 - 15:58
ଶିଶୁକୁ ବାଘ ଟାଣିନେବା ଘଟଣା: ଚଢ଼ିଆପାରା ଗ୍ରାମ୍ୟ ଜଙ୍ଗଲରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଉମରକୋଟ: ଶିଶୁକୁ ବାଘ ଝାମ୍ପିନେବା ଘଟଣା । ରାଇଘର ରେଞ୍ଜ୍‌ ଚଢ଼ିଆପାରା ଗ୍ରାମ୍ୟ ଜଙ୍ଗଲରୁ ଜଙ୍ଗଲରୁ ମିଳିଲା ଦୁଇ ବର୍ଷର ଶିଶୁକନ୍ୟା ଦେବୀକାର ମୃତଦେହ। ହେଲେ ଶିଶୁଟିକୁ ଶିକାର କରିଥିବା ବନ୍ୟଜନ୍ତୁ କଲରାପତରିଆ ବାଘ ହି ହେଇଥିବ ବୋଲି ଆଶଙ୍କା କରାଯାଉଚି । ଦୀର୍ଘ ଦୁଇ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ଦୁଇ ବର୍ଷର ଶିଶୁକନ୍ୟା ଦେବୀକାର ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ଛତିଶଗଡ଼ ଓ ନବରଙ୍ଗପୁର ବନ ବିଭାଗର ମିଳିତ ଟିମ୍। ଦୀର୍ଘ ସମୟ ଧରି ଚାଲିଥିବା ଖୋଜାଖୋଜି ପରେ ଶିଶୁଟିର ମୃତଦେହ ମିଳିବା ଘଟଣା ସ୍ପଷ୍ଟ ହୋଇଛି। ତେବେ ଦେବୀକାକୁ କେଉଁ ବନ୍ୟଜନ୍ତୁ ଆକ୍ରମଣ କରିଥିଲା ଏବଂ ତା'ର ମୃତ୍ୟୁ ପଛରେ କେଉଁ ଜନ୍ତୁର ହାତ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବନ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)