President's visit: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୮ପ୍ଲାଟୁନ୍ ଫୋର୍ସ ନିୟୋଜିତ

Nov 24, 2026 - 07:52
President's visit: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୮ପ୍ଲାଟୁନ୍ ଫୋର୍ସ ନିୟୋଜିତ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଷ୍ଟ୍ରପତି ୨ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି।

ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୮ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି।

ଏଥିପାଇଁ ୬ଜଣ ଡିସିପି, ୮ଜଣ ଅତିରିକ୍ତ ଡିସିପି, ୨୭ଜଣ ଏସିପି, ୫୫ଜଣ ଇନ୍ସପେକ୍ଟର ଓ ୧୭୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ ନିୟୋଜିତ ହେବେ।

Advertisment ଆସନ୍ତାକାଲି ମଧ୍ୟାହ୍ନ ପ୍ରାୟ ୪ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ।

ପରେ ସ୍ବତନ୍ତ୍ର କାର୍‌କେଡ୍‌ କର୍ଡନରେ କଟକର ଐତିହାସିକ ବାଲିଯାତ୍ରା ଯିବେ।

ତା' ପରଦିନ ଅର୍ଥାତ ୨୫ତାରିଖରେ ଭୁବନେଶ୍ବରଠାରେ ହୋମିଓପାଥି ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ତେବେ ଏନେଇ ଆଜି କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାର୍‌କେଡ୍ ରିହର୍ସଲ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)