President Murmu Highlights Odisha’s Glorious Maritime Heritage: ବାଲିଯାତ୍ରା ମଞ୍ଚରୁ ଓଡ଼ିଶାର ଗୌରବମୟ ଇତିହାସ ବଖାଣିଲେ ରାଷ୍ଟ୍ରପତି

Nov 24, 2026 - 22:01
President Murmu Highlights Odisha’s Glorious Maritime Heritage: ବାଲିଯାତ୍ରା ମଞ୍ଚରୁ ଓଡ଼ିଶାର ଗୌରବମୟ ଇତିହାସ ବଖାଣିଲେ ରାଷ୍ଟ୍ରପତି

ଐତିହାସିକ କଟକ ବାଲିଯାତ୍ରା ମଂଚରୁ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରାର ପ୍ରାଚୀନ ପରମ୍ପରାକୁ ସ୍ମରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବାଲିଯାତ୍ରାକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଦିନେ ନୌବାଣିଜ୍ୟ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିଲା।

ସାଧବ ପୁଅମାନଙ୍କ ସାହସ, ଦକ୍ଷତା ଓ ବାଣିଜ୍ୟିକ ଦୂରଦୃଷ୍ଟିରୁ ଆଜିର ପିଢ଼ି ଅନେକ କିଛି ଶିକ୍ଷା କରିବାର ରହିଛି।

୨୦୩୬ରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।

ଆଗାମୀ ଦିନରେ ଓଡ଼ିଶା ଦେଶର ଶିଳ୍ପ ହବ୍ ଭାବେ ଉଭା ହେବ।

୧୯୦୪ ମସିହାରେ ମଧୁବାବୁ କଟକରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଯେଉଁ ଉଦ୍ୟୋଗୀ ମନୋଭାବର ପରିଚୟ ଦେଇଥିଲେ, ତାହା ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ଆଦର୍ଶ।

Advertisment କନ୍ଧମାଳ ହଳଦୀ ଓ କୋରାପୁଟ କଫି ସାରା ଦେଶରେ ପରିଚୟ ସୃଷ୍ଟି କରିଛି।

ଇଣ୍ଡୋନେସିଆର ସହ ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ରାଷ୍ଟ୍ରପତି।

..ଆଜି ସୁସଜ୍ଜିତ ବୋଟ୍ ରେ ଆସି କଟକ ବାଲିଯାତ୍ରା ସ୍ଥଳରେ ପହଁଚିଥିଲେ ରାଷ୍ଟ୍ରପତି।

ପରେ ମହାନଦୀରେ ନିଜେ ବୋଇତ ଭସାଇଥିଲେ।

ଏହାପରେ ବ୍ୟାଟେରୀ ଗାଡ଼ିରେ ବର୍ଣ୍ଣାଢ଼୍ୟ ଆୟୋଜନ ଓ ଓରମାସ ଷ୍ଟଲ ବୁଲି ଦେଖିଥିଲେ।

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)