President Droupadi Murmu: ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକ ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବେ
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି।
ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୮ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି।
ଏଥିପାଇଁ ୬ଜଣ ଡିସିପି, ୮ଜଣ ଅତିରିକ୍ତ ଡିସିପି, ୨୭ଜଣ ଏସିପି, ୫୫ଜଣ ଇନ୍ସପେକ୍ଟର ଓ ୧୭୦ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ହେବେ।
Advertisment ପ୍ରାୟ ୪ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ।
ପରେ ସ୍ବତନ୍ତ୍ର କାର୍କେଡ୍ କର୍ଡନରେ କଟକର ଐତିହାସିକ ବାଲିଯାତ୍ରା ଯିବେ।
ତା' ପରଦିନ ଅର୍ଥାତ ୨୫ତାରିଖରେ ଭୁବନେଶ୍ବରଠାରେ ହୋମିଓପାଥି ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।
ତେବେ ଏନେଇ ଆଜି କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାର୍କେଡ୍ ରିହର୍ସଲ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
