Premanand Maharaj: ଟାଟୁରେ ‘ରାଧେ-ରାଧେ’ ଲେଖିଛନ୍ତି? ଜାଣନ୍ତୁ ପ୍ରେମାନନ୍ଦ ମହାରାଜ କଣ କହିଲେ

Sep 07, 2026 - 08:16
Premanand Maharaj: ଟାଟୁରେ ‘ରାଧେ-ରାଧେ’ ଲେଖିଛନ୍ତି? ଜାଣନ୍ତୁ ପ୍ରେମାନନ୍ଦ ମହାରାଜ କଣ କହିଲେ

"ନୂଆଦିଲ୍ଲୀ: ଭକ୍ତି ଦେଖାଇବା ପାଇଁ ହାତରେ ଲେଖୁଛନ୍ତି କି 'ରାଧେ-ରାଧେ'?

ଶରୀରରେ ବନାଉଛନ୍ତି କି ଶ୍ରୀକୃଷ୍ଣଙ୍କ ଟାଟୁ?

ତେବେ ସାବଧାନ!

ଅଜାଣତରେ ହେଉଛି ଅପରାଧ?

ଏହାକୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ।

ଭଗବାନଙ୍କ ନାମରେ ଥାଏ ଅପାର ଶକ୍ତି, କିନ୍ତୁ ସେହି ନାମକୁ ଶରୀରରେ ଲେଖିବା ଉଚିତ୍ କି?

ଟାଟୁ କିମ୍ବା ମେହେନ୍ଦିରେ ଦେବଦେବୀଙ୍କ ନାମ ଲେଖିବାକୁ କାହିଁକି ମନା କରୁଛନ୍ତି ମହାରାଜ?

ଆସନ୍ତୁ ଜାଣିବା..।

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଭଗବାନଙ୍କ ନାମ ଓ ଚିତ୍ରର ଟାଟୁ କରିବା ଏକ ଫ୍ୟାଶନ୍ ପାଲଟିଛି।

କେହି ହାତରେ ଲେଖୁଛନ୍ତି 'ରାଧେ', କେହି 'ଶ୍ରୀକୃଷ୍ଣ', ତ ଆଉ କେହି ଦେବଦେବୀଙ୍କ ଚିତ୍ରକୁ ସ୍ଥାୟୀ ଭାବେ ଶରୀରରେ ଅଙ୍କନ କରୁଛନ୍ତି।

ଅନେକ ଲୋକ ଏହାକୁ ନିଜର ଭକ୍ତିର ପ୍ରତୀକ ବୋଲି ମନେ କରୁଥିବା ବେଳେ ପ୍ରେମାନନ୍ଦ ମହାରାଜ କିନ୍ତୁ ଏହା ଉପରେ ଭିନ୍ନ ମତ ରଖିଛନ୍ତି ।Advertisment ଅଧିକ ପଢନ୍ତୁ:  ଖଲି ପଚାରିଥିବା ପ୍ରଶ୍ନର ପ୍ରେମାନନ୍ଦ ମହାରାଜ ଦେଲେ ଏଭଳି ଉତ୍ତର ସତ୍‌ସଙ୍ଗ ସମୟରେ ଜଣେ ଭକ୍ତ ମହାରାଜଙ୍କୁ ପଚାରିଥିଲେ, ତାଙ୍କ ହାତରେ "ରାଧା" ନାମର ଟାଟୁ ଅଛି, ଏହା କୌଣସି ଅପରାଧ କି?

ଏହାର ଉତ୍ତରରେ ମହାରାଜ କହିଥିଲେ ଯେ ଭଗବାନଙ୍କ ନାମ ଅତ୍ୟନ୍ତ ପବିତ୍ର ଓ ଶକ୍ତିଶାଳୀ।

ତେଣୁ ସେହି ନାମ ସହ ମର୍ଯ୍ୟାଦା ରକ୍ଷା କରିବା ମଧ୍ୟ ସେତିକି ଜରୁରୀ।

ପ୍ରେମାନନ୍ଦ ମହାରାଜଙ୍କ ମତରେ ଶରୀର ସବୁବେଳେ ପବିତ୍ର ଅବସ୍ଥାରେ ରହେନାହିଁ।

ଆମେ ଶୋଇଥାଉ, ଚଲାବୁଲା କରୁ, ବିଭିନ୍ନ କାମ କରୁ ଏବଂ ଶୌଚାଶୌଚର ଅବସ୍ଥା ମଧ୍ୟ ଆସେ।

ଏଭଳି ସ୍ଥିତିରେ ଶରୀରରେ ଥିବା ଭଗବାନଙ୍କ ନାମ କିମ୍ବା ଚିତ୍ର ଅଜାଣତରେ ଅସମ୍ମାନିତ ହୋଇପାରେ।

ସେଥିପାଇଁ କେବଳ ଟାଟୁ ନୁହେଁ, ମେହେନ୍ଦିରେ ମଧ୍ୟ ଭଗବାନଙ୍କ ନାମ ଲେଖିବାକୁ ସେ ଉଚିତ୍ ମନେ କରନ୍ତି ନାହିଁ।

ମହାରାଜଙ୍କ କହିବା ଅନୁସାରେ, ଭଗବାନଙ୍କ ନାମକୁ ଶରୀରରେ ନୁହେଁ, ବରଂ ହୃଦୟରେ ସ୍ଥାନ ଦିଅନ୍ତୁ।

ନିୟମିତ ନାମଜପ କରନ୍ତୁ, ପୂଜାପାଠ କରନ୍ତୁ ଏବଂ ଭଲ କର୍ମ ମାଧ୍ୟମରେ ନିଜର ଆସ୍ଥାକୁ ପ୍ରକାଶ କରନ୍ତୁ।

କାରଣ ଭକ୍ତିର ପ୍ରକୃତ ଅର୍ଥ ହେଉଛି ଭଗବାନଙ୍କ ନାମକୁ ଶରୀରରେ ନୁହେଁ, ବରଂ ଜୀବନର ପ୍ରତିଟି କର୍ମରେ ଧାରଣ କରିବା ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)