Power Infrastructure Review ନିଆଳି ଅଞ୍ଚଳରେ ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା

Sep 09, 2026 - 18:39
Power Infrastructure Review ନିଆଳି ଅଞ୍ଚଳରେ ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା

"ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନିଆଳି ବିଧାୟକ ଛବି ମଲ୍ଲିକ ଓ ଟାଟା ପାୱାରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।Advertisment Tata Power office: ଟାଟା ପାୱାର୍‌ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର ବୈଠକରେ ଉପମୁଖ୍ୟମନ୍ତ୍ରୀ, ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।

ବିଶେଷ କରି ସମଗ୍ର ଅଞ୍ଚଳର ପ୍ରମୁଖ ୩୩ କେ.ଭି.

ବିଦ୍ୟୁତ ସଞ୍ଚାରଣ ଲାଇନ୍ ନେଟୱାର୍କର ସମ୍ପୂର୍ଣ୍ଣ ସଂସ୍କାର, ନିରନ୍ତର  ବିଦ୍ୟୁତ ଯୋଗାଣ ଏବଂ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Odisha power grid: ଜମି ମାପିବାକୁ ଆସି ନିରାଶ ହେଲେ ତହସିଲ କର୍ମଚାରୀ ନିରବିଚ୍ଛନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏ.ବି. (Air Break) ସ୍ୱିଚ୍ ଏବଂ ପାୱାର ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମରଗୁଡ଼ିକର ଯାନ୍ତ୍ରିକ ମରାମତି ଓ ନବୀକରଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ସର୍ଟ ସର୍କିଟ୍ ଏବଂ ଅପ୍ରତ୍ୟାଶିତ ବିଦ୍ୟୁତ କାଟକୁ ରୋକିବା ପାଇଁ ଟ୍ରାନ୍ସଫର୍ମର ଓ ଟ୍ରାନ୍ସମିସନ୍ ଲାଇନ୍ ଆଖପାଖରେ ଥିବା ଲତା ଓ ବୃକ୍ଷରାଜିକୁ ତୁରନ୍ତ ସଫା କରିବା ପାଇଁ ଏକ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Electricity tariff: ଶିଳ୍ପସଂସ୍ଥାକୁ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଶୁଳ୍କ ୫୦ପଇସା ଛାଡ଼: ଅକ୍ଷୟ ଶକ୍ତି ବ୍ୟବହାର ବଢ଼ାଇବାକୁ ନୀତିରେ ସଂଶୋଧନ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅଞ୍ଚଳର ପ୍ରତ୍ୟେକ ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଦ୍ୟୁତ ଆର୍ଥିଂ (Earthing) ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନକୁ ବାଧ୍ୟତାମୂଳକ କରିବାକୁ ସେ  କହିଛନ୍ତି।

କାର୍ଯ୍ୟର ଗୁଣବତ୍ତା ଏବଂ ଅଗ୍ରଗତି ଉପରେ କଡ଼ା ନଜର ରଖାଯିବ ବୋଲି ସୂଚାଇ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଯେକୌଣସି ସମୟରେ ନିଆଳି ଅଞ୍ଚଳ ଗସ୍ତ କରି ଭୂମିପୁଷ୍ଠରେ ଚାଲିଥିବା ଏହି ନବୀକରଣ କାର୍ଯ୍ୟର ଆକସ୍ମିକ ସମୀକ୍ଷା ଓ ଅନୁଧ୍ୟାନ କରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)