Poverty & Equity Brief 2026:: ଧନୀଙ୍କ ଆୟ ଗରିବଙ୍କଠାରୁ ୧୩ ଗୁଣ ଅଧିକ

Oct 30, 2026 - 16:48
Poverty & Equity Brief 2026:: ଧନୀଙ୍କ ଆୟ ଗରିବଙ୍କଠାରୁ ୧୩ ଗୁଣ ଅଧିକ

ନୂଆଦିଲ୍ଲୀ: ଭାରତ ରେ ଦାରିଦ୍ର୍ୟ ହାର ଗତ ୧୨ ବର୍ଷରେ ବହୁତ କମିଛି।

୨୦୧୧ରେ ଦେଶର ଉତ୍କଟ ଦାରିଦ୍ର୍ୟ ହାର ୨୭.୧% ଥିବାବେଳେ ୨୦୨୩ରେ ଏହା ୨.୬%କୁ ଖସିଛି।

ଏହି ସମୟ ମଧ୍ୟରେ ପ୍ରାୟ ୪୯.୬ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି।

ବିଶ୍ୱବ୍ୟାଙ୍କର ନୂଆ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।ରିପୋର୍ଟ ଅନୁସାରେ, ଦୈନିକ ୩ ଡଲାରରୁ କମ୍ ଆୟ କରୁଥିବା ଲୋକଙ୍କୁ ଅତି ଗରିବ ଭାବେ ଗଣନା କରାଯାଇଛି।

ସେହିପରି ଦୈନିକ ୪.୨୦ ଡଲାରରୁ କମ୍ ଆୟ କରୁଥିବା ଲୋକଙ୍କ ହାର ମଧ୍ୟ ୨୦୧୧ରେ ୫୭.୭% ଥିବାବେଳେ ୨୦୨୩ରେ ୧୬.୧%କୁ ଖସିଛି।

ଲୋକଙ୍କ ଖର୍ଚ୍ଚ କରିବା କ୍ଷମତା ବଢ଼ିବା, ନିଯୁକ୍ତି ସୁଯୋଗ ବୃଦ୍ଧି ଓ ସରକାରୀ ସହାୟତା ଯୋଜନା ଯୋଗୁଁ ଦାରିଦ୍ର୍ୟ କମିଛି।

Advertisment ଦେଶରେ ଧନୀ ଓ ଗରିବଙ୍କ ଆୟ ମଧ୍ୟରେ ବଡ଼ ତାରତମ୍ୟ ତେବେ ଦେଶରେ ଧନୀ ଓ ଗରିବଙ୍କ ଆୟ ମଧ୍ୟରେ ବଡ଼ ତାରତମ୍ୟ ରହିଛି।

ବିଶ୍ୱବ୍ୟାଙ୍କ କହିଛି, ୨୦୨୩ରେ ସବୁଠାରୁ ଅଧିକ ଆୟ କରୁଥିବା ଶ୍ରମିକଙ୍କ ଶୀର୍ଷ ୧୦% ବର୍ଗର ମଧ୍ୟମ ଆୟ, ସବୁଠାରୁ କମ୍ ଆୟ କରୁଥିବା ତଳ ୧୦% ବର୍ଗଠାରୁ ୧୩ ଗୁଣ ଅଧିକ।

ଅର୍ଥାତ୍ ଦେଶରେ ରୋଜଗାର କ୍ଷେତ୍ରରେ ବଡ ଧରଣର ଅସମାନତା ରହିଛି।

୨୦୧୭ରୁ ୨୦୨୩ ମଧ୍ୟରେ ଦେଶରେ ପ୍ରାୟ ୧୩.୪ କୋଟି ଲୋକ ନିଯୁକ୍ତି ପାଇଛନ୍ତି।

ଏଥିରେ ଗ୍ରାମାଞ୍ଚଳର ମହିଳାଙ୍କ ଭାଗ ଅଧିକ ରହିଛି।

କିନ୍ତୁ ନିଯୁକ୍ତି ବଢ଼ିବା ଅନୁସାରେ ଲୋକଙ୍କ ମଜୁରି ବଢ଼ିନାହିଁ।

ଅନେକ ଲୋକ କମ୍ ଆୟ ହେଉଥିବା କାମରେ ନିୟୋଜିତ ଅଛନ୍ତି।

ଯୁବବର୍ଗଙ୍କ ବେକାରି ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି।

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ସହର ତୁଳନାରେ ଅଧିକ ରହିଛି।

୨୦୨୩ରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୯.୩% ଥିବାବେଳେ ସହରାଞ୍ଚଳରେ ଏହା ୮.୬% ରହିଛି।

ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥିବା ରାଜ୍ୟଗୁଡ଼ିକରେ ଦେଶର ପ୍ରାୟ ୫୭% ଗରିବ ଲୋକ ରହୁଛନ୍ତି।

ତେଣୁ ଦାରିଦ୍ର୍ୟ ଆହୁରି କମାଇବା ପାଇଁ ଭଲ ନିଯୁକ୍ତି ସୁଯୋଗ ଓ ଶ୍ରମିକଙ୍କ ମଜୁରି ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱବ୍ୟାଙ୍କ କହିଛି।

କୃଷକଙ୍କ ଉନ୍ନତି ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)