Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ଏନଏସିର ୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ବହୁ ପୁରାତନ ବଜାର ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ସମୟରେ ବନ୍ଧହୁଡ଼ାରେ ଥିବା ଏକ ଘର ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି।
Advertisment ପ୍ରାୟ ୩ ବର୍ଷ ହେବ ବନ୍ଧ ପୁନଃରୁଦ୍ଧାର ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀଙ୍କୁ ଦାବି କରାଯାଇଥିଲା।
ପରିଷଦ ଅଧ୍ୟକ୍ଷାଙ୍କ ତତ୍ୱାବଧାନରେ ବନ୍ଧ ପୁନଃରୁଦ୍ଧାର ନିମନ୍ତେ ପ୍ରସ୍ତୁତ ଡିପିଆର ଉପରିସ୍ଥ ବିଭାଗର ଅନୁମୋଦନ ପରେ ଆବଶ୍ୟକ ଅର୍ଥ ମଞ୍ଜୁରୀ ହୋଇଥିଲା।
ବିଶ୍ରା - ବନ୍ଧମୁଣ୍ଡା ରାସ୍ତାରୁ ଜବରଦଖଲ ଉଛେଦ କିଛି ଦିନ ପୂର୍ବରୁ ଉକ୍ତ ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବନ୍ଧ ହୁଡ଼ା ର କିଛି ଜାଗା ରେ ଘର ଥିଲା ଯାହାକୁ ଉଛେଦ କରାଯିବା ନିମନ୍ତେ ଉକ୍ତ ଘର ମାଲିକ ଙ୍କୁ କାର୍ଯ୍ୟାଳୟ ତରଫରୁ ନୋଟିସ କରାଯାଇଥିଲା।
ବୁଲଡ୍ରୋଜର ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ପୋଲିସ ଏସଆଇ ପ୍ରଦୀପ ରାଉଳ, ରୂପକ ଦଳେଇ, ଙ୍କ ସହ ପୋଲିସ ବାହିନୀ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କରିଥିଲେ।
ଆଗାମୀ ଦିନରେ ବଜାରବନ୍ଧର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଏହି କାର୍ଯ୍ୟ ଜୋରସୋରରେ ଚାଲିଛି।
"