Politics: ବିଜେଡିରେ ଯୋଗଦେଇ ପାରନ୍ତି ସୁଜାତା କାର୍ତ୍ତିକେୟନ

Jun 24, 2026 - 16:30
Politics: ବିଜେଡିରେ ଯୋଗଦେଇ ପାରନ୍ତି ସୁଜାତା କାର୍ତ୍ତିକେୟନ

"ଭୁବନେଶ୍ବର: ନବୀନ ସରକାରରେ ୫ଟି ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଆସନ୍ତାକାଲି ବିଜେଡିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ଆଜି ବରିଷ୍ଠ ନେତାଙ୍କ ସହ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଲୋଚନା ପରେ ସୁଜାତା ବିଜେଡିରେ ମିଶିବା ନେଇ ସମ୍ଭାବନା ବଢ଼ିଛି।

କାଲି ଶଙ୍ଖ ଭବନରେ ଏନେଇ ନବୀନ ବଡ଼ ଘୋଷଣା କରିପାରନ୍ତି।

ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।

Advertisment ଆଜି ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଜେଡିରେ ସୁଜାତା ଏଣ୍ଟ୍ରି କରିବା ନେଇ ବୈଠକ ଚାଲିଥିଲା ବୋଲି କୁହାଯାଉଛି।

ଗୁରୁତ୍ୱପୂର୍ଣ ଆଲୋଚନା ପରେ ନବୀନ ନିବାସରୁ ବାହାରି ଯାଇଛନ୍ତି ସବୁ ନେତା।

ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହେବ।

ଏହା ପୂର୍ବରୁ ଆଜି ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ଟୁକୁନି ସାହୁ, ପ୍ରତାପ ଜେନା ଏବଂଅତନୁ ସବ୍ୟସାଚୀ ନାୟକ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଆସନ୍ତାକାଲିର ବୈଠକରେ ୩୦ ଜିଲ୍ଲାର ସବୁ ବିଧାୟକ, ପୂର୍ବତନ ବିଧାୟକ ଉପସ୍ଥିତି ରହିବେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲାରେ ସୁଜାତାଙ୍କ ଘର।

ତାଙ୍କର ପିଲାଦିନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଛି।

୨୦୦୦ ମସିହା ବ୍ୟାଚ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ ଗତବ‌ର୍ଷ ମାର୍ଚ୍ଚ ୨୯ରେ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ଓଡ଼ିଶା କ୍ୟାଡର ପାଇଥିବା ପ୍ରଥମ ଓଡ଼ିଆ ମହିଳା ଆଏଏସ୍ ସୁଜାତା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଥିଲେ।

ସୁଜାତାମିସନ ଶକ୍ତି ସଚିବ ଥିଲେ।

୨୦୨୪ ନିର୍ବାଚନ ପରେ ଝିଅର ଦଶମ ପରୀକ୍ଷା ଦର୍ଶାଇ ୬ ମାସ ଛୁଟିରେ ଥିଲେ।

ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କର ଛୁଟି ମଞ୍ଜୁର ହୋଇଥିଲା।

ପରେ ପୁଣି ଥରେ ଛୁଟି ବୃଦ୍ଧି ପାଇଁ ଆବେଦନ କରିଥିଲେ।

ମୋହନ ସରକାର ପୁନର୍ବାର ଛୁଟି ଅଗ୍ରାହ୍ୟ କରି ଦେଇଥିଲେ।

ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଚର୍ଚ୍ଚାରେ ଥିଲେ ସୁଜାତା।

୨୦୨୪ ନିର୍ବାଚନ ସମୟରେ ତାଙ୍କ ବିରୋଧରେ ବିଜେପି ନିର୍ବାଚନ କମିସନଙ୍କଠାରେ ଅଭିଯୋଗ କରିଥିଲା।

ମିସନ ଶକ୍ତି ମାଧ୍ୟମରେ ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଥିଲା ବିଜେବି।

୨୦୨୪ ମେ ୨ରେ ଅଭିଯୋଗ ନିର୍ବାଚନ କମିସନରଙ୍କ ପାଖେ ଅଭିଯୋଗ ହୋଇଥିଲା।

Women's Rights: ବାଲିପାଟଣାରେ ବିଜେଡି ନାରୀ ଅଧିକାର ଅଭିଯାନ ସମାରୋହ: ବିଧାୟକଙ୍କ ଉପରେ ବର୍ଷିଲେ ମହିଳା ନେତ୍ରୀ ତୁରନ୍ତ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ।

ମିସନ ଶକ୍ତିରୁ ହଟାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା।

ସେପଟେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଶ୍ରୀମୟୀ ନିଜ ଫେସ୍‌ବୁକ୍ ପୋଷ୍ଟରେ ଲେଖିଛନ୍ତି, ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡ଼ିଥିଲା।

ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିନ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି।

୨୦୨୫ରେ କହିଥିଲି, ଟାଇଟେନିକ ବୁଡିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ, ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ।

ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି, ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କଲେ ମାଷ୍ଟର ପ୍ଲାନ୍।

ସହଜେ ତ ଟ୍ରଷ୍ଟ କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି।

ଏବେ ନଜର ନିବାସ ଓ ଦଳର ପାଣ୍ଠି ଉପରେ।

ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ କରିବା ପାଇଁ ଫରମାନ ଜାରି ହୋଇଛି।

"