firecracker explosion ବାଣ ଭିଡ଼ିବା ବେଳେ ପୁଅ ମୃତ, ବାପା ଓ ମାଆ ଗୁରୁତର

Jun 24, 2026 - 21:41
firecracker explosion ବାଣ ଭିଡ଼ିବା ବେଳେ ପୁଅ ମୃତ,  ବାପା ଓ ମାଆ ଗୁରୁତର

"ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ସିଙ୍ଗିପୁର ଗ୍ରାମରେ ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ପୁଅର ମୃତ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଛନ୍ତି।

ବିସ୍ଫୋରଣ ଘର ସମ୍ପୂର୍ଣ ଭାଙ୍ଗିଯିବା ସହ ପଡ଼ିଶା ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି l Advertisment ମୃତକ ଜଣଙ୍କ ହେଲେ ସିଙ୍ଗିପୁର ଗ୍ରାମର ଆକାଶ ଦାସ (୨୧), ଗୁରୁତର ବାପା ଜଣଙ୍କ ହେଲେ ସନ୍ତୋଷ ଦାସ ଓ ମାଆ ବିଷ୍ଣୁ ପ୍ରିୟା ଦାସ l ସୂଚନା ମୁତାବକ, ବୁଧବାର ସଂଧ୍ୟାରେ ସନ୍ତୋଷ ଦାସଙ୍କ ପରିବାର ଘରେ ଥିବା ବେଳେ ହଠାତ୍ ଘରେ ଥିବା ବାଣ ଗୁଡ଼ିକ ଫୁଟି ଯାଇଥିଲା ଫଳରେ ଘରେ ଥିବା ଆକାଶ ଦାସଙ୍କ ମୃତ ହୋଇଥିବା ବେଳେ ତାଙ୍କ ବାପା ସନ୍ତୋଷ ଦାସ ଓ ମାଆ ବିଷ୍ଣୁ ପ୍ରିୟା ଦାସ ଗୁରୁତର ଆହତ ହୋଇଥିଲେ ।

ବିସ୍ଫୋରଣର ତୀବ୍ରତା ଏଭଳି ଥିଲା ଯେ ଘରର ଚାଳ ଛପର ସମ୍ପୂର୍ଣ ଉଡ଼ି ଯାଇଥିବା ବେଳେ ପଡ଼ିଶା ଘର କାନ୍ଥ ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l  ଖବର ପାଇ ପାଟପୁର ପୋଲିସ ଆହତ ଓ ମୃତକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି l ସନ୍ତୋଷ ଦାସ ଘରେ ବାଣ ତିଆରି କରି ବିକ୍ରି କରୁଥିବା ବେଳେ ବାଣ ଭିଡୁଥିବା ସମୟ ରେ ଏଭଳି ଘଟଣା ଘଟିଥିବା ଗ୍ରାମରେ ଆଲୋଚନା ହେଉଛି l"