Cyber: ବଜାଜ୍ ଅଟୋରେ ସାଇବର ଆକ୍ରମଣ
ନୂଆଦିଲ୍ଲୀ: ବଜାଜ୍ ଅଟୋର କମ୍ପ୍ୟୁଟରଗୁଡ଼ିକରେ ସାଇବର ଆକ୍ରମଣ ହୋଇଛି। ରାନସମ୍ଓୟାର ଆକ୍ରମଣ ଫଳରେ ବଜାଜ୍ ଅଟୋ ଏବଂ ଏହାର ଶତ ପ୍ରତିଶତ ସହାୟକ କମ୍ପାନି ବଜାଜ୍ ଅଟୋ ଟେକ୍ନୋଲୋଜି ଲିମିଟେଡର କମ୍ପ୍ୟୁଟର ବ୍ୟବସ୍ଥା ପ୍ରଭାବିତ ହୋଇଛି ବୋଲି କମ୍ପାନି ମଙ୍ଗଳବାର ସୂଚନା ଦେଇଛି।
ବୈଷୟିକ ଦଳ ଏବଂ ସାଇବରସୁରକ୍ଷା ବିଶେଷଜ୍ଞମାନେ ଏହାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି।ଷ୍ଟକ ଏକ୍ସଚେଞ୍ଜକୁ କମ୍ପାନି ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ଣ ପ୍ରାୟ ୮ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକୁ ପ୍ରତିହତ କରିବା ପାଇଁ ତୁରନ୍ତ ପ୍ରୋଟୋକଲ୍ ଅନୁସାରେ ପଦକ୍ଷେପ ନିଆଯାଇଥିଲା।
Cyber Fraud: ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ପୁଅ ସାଇବର ଠକାମୀ ଯୋଗୁ ୭ କୋଟିରୁ ଅଧିକ ହରାଇଲେ
ଉଭୟ ବଜାଜ୍ ଅଟୋ ଓ ବଜାଜ୍ ଅଟୋ ଟେକ୍ନୋଲୋଜି ଲିମିଟେଡ୍ରେ ହୋଇଥିବା ଆକ୍ରମଣରେ କୌଣସି ଡାଟା ଚୋରି କିମ୍ବା ପ୍ରଭାବିତ ହୋଇଛି କି ନାହିଁ ତାହା କୁହାଯାଇନାହିଁ। ସେହିଭଳି କମ୍ପାନିର ଉତ୍ପାଦନ ଓ ବ୍ୟବସାୟିକ କାର୍ଯ୍ୟ ପ୍ରଭାବିତ ହୋଇଛି କି ନାହିଁ ତାହା ସ୍ପଷ୍ଟ କରିନାହିଁ। ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଅନୁଯାୟୀ, ଏ ସଂପର୍କରେ କମ୍ପାନି ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ୍)କୁ ମଧ୍ୟ ଅବଗତ କରିଛି ବୋଲି କହିଛି।