Polio Vaccine: ରବିବାର BMC ଅଞ୍ଚଳରେ ବ୍ୟାପକ ପଲ୍‌ସ ପୋଲିଓ  ଟୀକାକରଣ, ୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ୨ ବୁନ୍ଦା ପୋଲିଓ

Jun 26, 2026 - 11:35
Polio Vaccine: ରବିବାର BMC ଅଞ୍ଚଳରେ ବ୍ୟାପକ ପଲ୍‌ସ ପୋଲିଓ  ଟୀକାକରଣ, ୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ୨ ବୁନ୍ଦା ପୋଲିଓ

ଭୁବନେଶ୍ୱର,୨୬/୦୬:  ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ  ହେବ ବ୍ୟାପକ ପଲ୍‌ସ ପୋଲିଓ  ଟୀକାକରଣ । ୫ ବର୍ଷ ମଧ୍ୟରେ  ଶିଶୁମାନଙ୍କୁ ଦିଆଯିବ ପଲ୍‌ସ  ପୋଲିଓ ବୁନ୍ଦା । ଏହି କାର୍ଯ୍ୟକ୍ରମ  ଜୁନ୍‌ ୨୮ରୁ ୩୦ ତାରିଖ  ବିଏମସି ଅଞ୍ଚଳର ବିଭିନ୍ନ ଟିକା  କେନ୍ଦ୍ର, ଡାକ୍ତରଖାନା ଆଦିରେ  କରାଯିବ । ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା  ପୋଲିଓ ଟିକା ଦିଆଯିବ । ଏନେଇ ବିଏମ୍‌ସି ସିଟି ହେଲ୍‌ଥ ସୋସାଇଟ ପକ୍ଷରୁ, ସିଟି ଟାକ୍ସଫୋର୍ସ ଏବଂ ସିଟି  କୋଅର୍ଡିନେସନ କମିଟିର ଏକ  ମିଳିତ ବୈଠକ ହୋଇଥିଲା ।

 

ବିଏମ୍‌ସି କମିଶନର ଚଞ୍ଚଳ  ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ଅତିରିକ୍ତ  କମିଶନର କୈଳାସ ଚନ୍ଦ୍ର ଦାସ,  ଡେପୁଟି କମିଶନର ରଶ୍ମୀରେଖା  ଅମାନ୍ତ, ବିଏମ୍‌ସିର ମୁଖ୍ୟ  ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ  ଶଙ୍କର ରାୟ, ଏଡିୟୁପିଏଚ୍‌ଓ  ଡାକ୍ତର ନୀଳମଣି ସେନାପତି,  ଏଡିପିଏଚ୍‌ଓ-ପରିବାର କଲ୍ୟାଣ  ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ  ଡାକ୍ତର ଦୀପକ କୁମାର ବିଶୋଇ,  ସିପିଏମ୍‌ ଏଲିନା ମହାପାତ୍ରଙ୍କ୍‌  ପ୍ରମୁଖ ଯାଗ ଦେଇଥିଲେ ।  

 

ପୋଲିଓ ଟିକା ସହ ଅନ୍ୟାନ୍ୟ ଟିକା  ବୁଥରେ ଦେବା ସହ ଦୁଇଦିନ  ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ଘର  ଘର ବୁଲି ଟିକାକରଣ କରିବାକୁ  ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ୍‌  ୨୮ରେ ବିଭିନ୍ନ ବୁଥରେ ଟୀକାକରଣ  କରାଯିବ । ୨୯ ଓ ୩୦ ତାରିଖ,  ଦୁଇଦିନ ଘରକୁ ଘର ବୁଲି ୫ ବର୍ଷ  ମଧ୍ୟରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା  ଦେବେ । ଜନ ସଚେତନତା ସହ  ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଏହି  କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ  କରିବା ପାଇଁ ସମସ୍ତ ସିଡିପିଓଙ୍କୁ  ନିର୍ଦେଶ ଦିଆଯାଇଛି ।