Police Station IIC Suspended ବିନା ବ୍ୟବଚ୍ଛେଦରେ ଶବକୁ ଛାଡ଼ି ମଞ୍ଚେଶ୍ବର ଥାନା ଅଧିକାରୀ ନିଲମ୍ବିତ
ଭୁବନେଶ୍ବର: ବିନା ବ୍ୟବଚ୍ଛେଦରେ ଶବକୁ ଛାଡ଼ିବା ଘଟଣାରେ ଭୁବନେଶ୍ବର- କଟକ କମିସନରେଟ୍ ପୁଲିସ ମଞ୍ଚେଶ୍ବର ଥାନାର ଆଇଆଇସି ଜ୍ଞାନାନନ୍ଦ ଶାହାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଘଟଣାର ସବିଶେଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
Advertisment Complaint filed: ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ସଙ୍ଗିନ ଅଭିଯୋଗ ପୁଲିସ ବିଭାଗ ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ, ଆଇନାନୁସାରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମେଡିକାଲ୍-ଲିଗାଲ୍ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, କିନ୍ତୁ ଆଇଆଇସି ଶାହା ଦାୟିତ୍ବରେ ଥିବା ସମୟରେ ଜଣେ ୫୮ ବର୍ଷୀୟ ମହିଳାଙ୍କ ମୃତଦେହକୁ ବିନା ବ୍ୟବଚ୍ଛେଦରେ ମହିଳାଙ୍କ ଡାକ୍ତର ପୁତ୍ରଙ୍କ ଅନୁରୋଧରେ ଛାଡ଼ିଦେଇଥିଲେ।
ଦାୟିତ୍ବରେ ଏଭଳି ଚରମ ଅବହେଳାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଶ୍ରୀ ଶାହାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
Suspend: ଡାବୁଗାଁ ହାଜତ ମୃତ୍ୟୁ ମାମଲା: ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ଡିଜିପି ଏଭଳି ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେନେଇ ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
