Police: ଆନନ୍ଦପୁର ପୁଲିସର ବଡ଼ ସଫଳତା, ବାପ-ପୁଅଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ଗୁଳି ଜବତ

Oct 11, 2026 - 13:53
Police: ଆନନ୍ଦପୁର ପୁଲିସର ବଡ଼ ସଫଳତା, ବାପ-ପୁଅଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ଗୁଳି ଜବତ

"ଆନନ୍ଦପୁର(ଶତ୍ରୁଘ୍ନ ସାହୁ ): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୁଲିସ କଡ଼ା ପଦକ୍ଷେପ ନେଇଛି।

ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୁଲିସ ଏକ ବଡ଼ଧରଣର ସଫଳତା ହାସଲ କରିଛି।

ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିବା ଚେକିଂ ବେଳେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।

କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲାରେ ପୁଲିସ ପକ୍ଷରୁ ସଚେତନତା ଏବଂ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି।

Advertisment ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣା ପ୍ରଥମ ଆଜି ସକାଳୁ ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ପଞ୍ଚାୟତର ବରଗୋଠା ଗ୍ରାମ ରାସ୍ତାରେ ଏସ୍‌ଡିପିଓ ପଣ୍ଡା ଓ ଆନନ୍ଦପୁର ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲେ।

ଉକ୍ତ ରାସ୍ତାରେ ଯାଉଥିବା ନଣ୍ଡା ହୋ (୫୦) ଏବଂ ତାଙ୍କ ପୁଅ ଚକ୍ର ହୋ (୩୦)ଙ୍କୁ ସନ୍ଦେହ କରି ପୁଲିସ ଯାଞ୍ଚ କରିଥିଲା।

ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଏବଂ ବହୁ ପରିମାଣର ଗୁଳି ଜବତ କରାଯାଇଥିଲା।

ଆନନ୍ଦପୁର ଉପଖଣ୍ଡ ଇତିହାସରେ ଏପରି ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।

ଏନେଇ ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ପୂଜାକୁ ଦୃଷ୍ଟିରେ ରଖି ପୁଲିସ ସବୁବେଳେ ସତର୍କ ରହିଛି।

ଜବତ ହୋଇଥିବା ବନ୍ଧୁକ ଓ ଗୁଳିଗୁଡ଼ିକ ସେମାନେ କେଉଁଠୁ ଏବଂ କାହାଠାରୁ ଆଣିଥିଲେ, ଏହାର କୌଣସି ଅପରାଧିକ ଲିଙ୍କ୍ ଅଛି କି ନାହିଁସେନେଇ ପୁଲିସ ବାପ-ପୁଅଙ୍କୁ ପଚରାଉଚରା ଜାରି ରଖିଛି।

ଆଗକୁ ଆଉ କେତେକ ସ୍ଥାନରେ ମଧ୍ୟ ତନାଘନା କରାଯିବ ବୋଲି ଜଣାପଡ଼ିଛି।

Body Recovered: ତେନ୍ତୁଳି ଘାଇରେ ବୁଡ଼ି ଯୁବକ ମୃତ, ଦିନକ ପରେ ମିଳିଲା ମୃତଦେହ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)