Ranji Trophy: ରଣଜୀ ଟ୍ରଫିରୁ ଓହରିଲା ଅରୁଣାଚଳ: ଫେରିଗଲା ନାଗାଲାଣ୍ଡ

Oct 11, 2026 - 14:09
Ranji Trophy: ରଣଜୀ ଟ୍ରଫିରୁ ଓହରିଲା ଅରୁଣାଚଳ: ଫେରିଗଲା ନାଗାଲାଣ୍ଡ

"ଅହମଦାବାଦ: ବିସିସିଆଇ ଘରୋଇ ଋତୁ ଆରମ୍ଭ ହେଉ ହେଉ ବିବଦ ଦେଖାଯାଇଛି।

୧୭ ବର୍ଷ ପରେ ପ୍ରଥମ ଥର ଏକ ରଣଜୀ ମ୍ୟାଚ୍‌ ବାତିଲ ହୋଇଛି।

ଅହମଦାବଦାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାରଠୁ ଖେଳାଯିବାକୁ ଥିବା ଅରୁଣାଚଳପ୍ରଦେଶ ଓ ନାଗାଲାଣ୍ଡ ପ୍ଲେଟ୍‌ ଗ୍ରୁପ୍‌ ରଣଜୀ ମ୍ୟାଚ୍‌ ବାତିଲ ହୋଇଛି।

ରାଜ୍ୟ କ୍ରିକେଟ୍ ସଂଘରେ ଆଇନଗତ ବିବାଦ ଯୋଗୁଁ ଅରୁଣାଚଳ ପ୍ରଦେଶ ଚଳିତ ଋତୁର ନିଜର ପ୍ରଥମ ରଣଜୀ ମ୍ୟାଚ୍‌ରୁ ଓହରିଯାଇଛି।Advertisment ପୂର୍ବରୁ ବିସିସିଆଇ ଏହି ମ୍ୟାଚ୍‌ ବାତିଲ ହେବା ସୂଚନା ଦେଇଥିବାରୁ ଅହମଦାବାଦ ନରହି ନାଗାଲାଣ୍ଡ ଦଳ ଘରକୁ ଫେରିଯାଇଛି।

ଅରୁଣାଚଳପ୍ରଦେଶ କ୍ରିକେଟ୍‌ ସଂଘ (ଏସିଏ)ର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିବାରୁ ଦଳ ଚୟନ କିମ୍ବା ଘରୋଇ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ମଧ୍ୟ ହୋଇପାରୁନି।

ଏସିଏ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ୬ଟି ଜିଲ୍ଲା ସଂଘ ଲୋୟର ସିଆଙ୍ଗ, ଅପର ସୁବନସିରି, କାମ୍‌ଲେ, ତୱାଙ୍ଗ, ୱେଷ୍ଟ ସିଆଙ୍ଗ ଓ ପପୁମ ପାରେ ଅଭିଯୋଗ କରିବା ସହ ପୁନଃ ନିର୍ବାଚନ ଲାଗି ଆଡ଼ି ବସିଛନ୍ତି।

ଫଳରେ ଏହି ମାମଲର ଶୁଣାଣି ସଂପ୍ରତି ଗୁଆହାଟୀ ହାଇକୋର୍ଟ ଇଟାନଗର ବେଞ୍ଚରେ ରହିଛି।

ହିମାଚଳପ୍ରଦେଶ-ସିକିମ ମ୍ୟାଚ୍‌ ମଧ୍ୟ ବାତିଲ ହୋଇପାରେ ହାଇକୋର୍ଟଙ୍କ ନିର୍ଦେଶ ପରେ ବିବାଦୀୟ ହୋଇପଡ଼ିଥିବା ବିହାର, ରାଜସ୍ଥାନ, ଜମ୍ମୁ କାଶ୍ମୀର ସଂଘ ପରିଚାଳନା ଲାଗି ବିସିସିଆଇ କମିଟି ଗଠନ କରିଛି।

ହେଲେ ଅରୁଣାଚଳପ୍ରଦେଶ ମାମଲା କୋର୍ଟରେ ଥିବାରୁ ବିସିସିଆଇ କୌଣସି ହସ୍ତକ୍ଷେପ କରିପାରିନି।

ଯଦି ଏସିଏର ବିବାଦ ଶୀଘ୍ର ସମାଧାନ ନ ହୁଏ ତେବେ ଆସନ୍ତା ସପ୍ତାହରେ ହେବାକୁଥିବା ହିମାଚଳପ୍ରଦେଶ-ସିକିମ ମ୍ୟାଚ୍‌ ମଧ୍ୟ ବାତିଲ ହୋଇପାରେ।

Cricket: କ୍ରୀଡ଼ା ସମ୍ପର୍କର ୧୦୦ ବର୍ଷ ପୂର୍ତ୍ତି; ଦିନିକିଆ ଲାଗି ନ୍ୟୁଜିଲାଣ୍ଡର ସ୍ୱତନ୍ତ୍ର ଜର୍ସି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)