Police: ଅକ୍ଟୋବର ୧ରୁ ଦିଲ୍ଲୀ ହୋମ୍ଗାର୍ଡର ଡିଜି ହେବେ ପୂର୍ବତନ ପୁଲିସ କମିସନର ସତୀଶ ଗୋଲଚା
"ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ସତୀଶ ଗୋଲଚା ଅକ୍ଟୋବର ପହିଲାରୁ ଦିଲ୍ଲୀ ହୋମ୍ଗାର୍ଡର ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ବ ନେବେ।
ଏନେଇ ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି।
ହୋମ୍ଗାର୍ଡର ବର୍ତ୍ତମାନର ଡିଜି ବୀରେନ୍ଦର ସିଂହଙ୍କ ଅବସରକୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି ଦିଆଯାଇଛି।Advertisment ଆହୁରି ପଢନ୍ତୁ :Moscow: ମସ୍କୋରେ ଅବତରଣ କଲା ଆମେରିକାର ସାମରିକ ବିମାନ ସୂଚନା ନଥିବା ନେଇ କ୍ରେମଲିନର ଦାବି ୧୯୯୨ ବ୍ୟାଚ୍ର ଏଜିଏମ୍ୟୁଟି କ୍ୟାଡରର ଆଇପିଏସ୍ ଅଧିକାରୀ ଗୋଲଚା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହୋମ୍ଗାର୍ଡ ନିର୍ଦ୍ଦେଶାଳୟରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ କାର୍ଯ୍ୟ କରିବେ।
ବର୍ତ୍ତମାନ ଏହି ବିଭାଗର ଡିଜି ଥିବା ୧୯୯୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବୀରେନ୍ଦର ସିଂହ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେବେ।
ତାଙ୍କ ଅବସର ପରେ ଅକ୍ଟୋବର ପହିଲାରୁ ଗୋଲଚା ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
