Ocean Winner: ମିଳିଲା ଲାଇଫ ବୋଟ୍, ନିଖୋଜ କର୍ମଚାରୀଙ୍କ ପତ୍ତା ମିଳୁନି; ସର୍ଚ୍ଚ ଅପରେସନ ଜାରି

Aug 25, 2026 - 22:42
Ocean Winner: ମିଳିଲା ଲାଇଫ ବୋଟ୍, ନିଖୋଜ କର୍ମଚାରୀଙ୍କ ପତ୍ତା ମିଳୁନି; ସର୍ଚ୍ଚ ଅପରେସନ ଜାରି

"ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଯାଉଥିବା 'ଓସେନ୍ ୱିନର' ଜାହଜ ପ୍ରାୟ ୨୪୦ ନଟିକାଲ ମାଇଲ୍ ଆଣ୍ଡାମାନ ନିକଟରେ ବୁଡ଼ିଯିବା ଘଟଣାର ୪ ଦିନ ପରେ ମଧ୍ୟ ଜାହଜ ଓ ୨୨ କର୍ମଚାରୀଙ୍କ ପତ୍ତା ମିଳିନି।

କୋଷ୍ଟଗାର୍ଡ ଓ ଚୀନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ମଝି ସମୁଦ୍ରରେ ଦୁଇଟି ଲାଇଫ ବୋଟ ଠାବ କରାଯାଇଛି।

କିନ୍ତୁ ସେହି ଲାଇଫ ବୋଟରେ କେହି ନ ଥିବା ସୂଚନା ମିଳିଛି।

ଭାରତୀୟ ତଟରକ୍ଷୀ ବାହିନୀର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟ ପକ୍ଷରୁ ଆଜି ରାତିରେ ଏ ନେଇ ଫଟୋ ଜାରି କରାଯାଇଛି।

Advertisment ଉଦ୍ଧାରକାରୀ ଦଳମାନେ ଜୋରଦାର ଅପରେସନ୍ ଚଳାଇଥିଲେ ମଧ୍ୟ ଏଯାଏଁ ଜାହଜର ସନ୍ଧାନ ମିଳିପାରି ନାହିଁ।

ସେହିପରି ୨୨ କର୍ମଚାରୀ କୁଆଡ଼େ ଗଲେ ତାକୁ ନେଇ ମଧ୍ୟ ଏବେ ରହସ୍ୟ ହୋଇ ରହିଛି।

ମିଳିଥିବା ସୂଚନା ଅନୁସାରେ, ଜାହଜରେ ୨୪ ଜଣ କର୍ମଚାରୀ ରହିଥିଲେ।

ସେମାନଙ୍କ ମଧ୍ୟରୁ ୨୦ ଜଣ ଚୀନ ନାଗରିକ, ୩ ଜଣ ମ୍ୟାମାର ଓ ଜଣେ ବାଂଲାଦେଶୀ ଥିଲେ।

୨ ଜଣ ଚୀନ ନାଗରିକ ଲାଇଫରାଫ୍ଟର ସାହାଯ୍ୟରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨୨ ଜଣଙ୍କ ପତ୍ତା ଏଯାଏଁ ମିଳିନି।

ସେହିପରି ଜାହଜର ମଧ୍ୟ ସନ୍ଧାନ ପାଇପାରି ନାହାନ୍ତି।

Ship: ସମୁଦ୍ରରେ ରାସ୍ତା କିପରି ସ୍ଥିର ହୁଏ?

ଜିପିଏସ ନଥିବା ସମୟରେ ପୁରୁଣା ଜାହାଜଗୁଡ଼ିକ କିପରି ଚାଲୁଥିଲା?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)