PoK ହତ୍ୟାକାଣ୍ଡ: ଉଦ୍ବେଗ ପ୍ରକାଶ କଲେ ୩୦ ବ୍ରିଟିସ ସାଂସଦ
"ଲଣ୍ଡନ: ପାକିସ୍ତାନ-ଅଧିକୃତ କଶ୍ମୀରର ରାଵଲାକୋଟରେ ପାକିସ୍ତାନୀ ସୁରକ୍ଷା ବାହିନୀ ୧୧ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଓ ପ୍ରାୟ ୭୦ ଜଣଙ୍କୁ ଆହତ କରିବା ଘଟଣାକୁ ନେଇ କଶ୍ମୀରୀ ପ୍ରବାସୀଙ୍କ ବିକ୍ଷୋଭ ଚଳିତ ସପ୍ତାହରେ ବ୍ରିଟେନସ୍ଥିତ ପାକିସ୍ତାନୀ ଦୂତାବାସରେ ପହଞ୍ଚିଥିଲା।
ପିଓକେରେ ହୋଇଥିବା ବର୍ବର ମାନବିକ ଅଧିକାର ଉଲ୍ଲଂଘନରେ ହସ୍ତକ୍ଷେପ କରିବାକୁ ଅତି କମ୍ରେ ୩୦ ବ୍ରିଟିସ ସାଂସଦ ବ୍ରିଟେନ ସରକାରଙ୍କୁ ଚିଠି ଲେଖିଛନ୍ତି।Advertisment ମଙ୍ଗଳବାର ବିକ୍ଷୋଭକାରୀମାନେ ବ୍ରାଡଫୋର୍ଡରେ ଥିବା ପାକିସ୍ତାନୀ ଦୂତାବାସ ବାହାରେ ଏକତ୍ରିତ ହୋଇଥିଲେ ଏବଂ ପାକିସ୍ତାନୀ କର୍ତ୍ତୃପକ୍ଷ ପିଓକେରେ ବିକ୍ଷୋଭକାରୀ ସାଧାରଣ ନାଗରିକଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଅଭିଯୋଗ କରିଥିଲେ।
ସେମାନେ ଦାବି କରିଛନ୍ତି ଯେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳି ଚାଳନାରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
ଆହୁରି ପଢ଼ନ୍ତୁ: Deadly Violence: ପିଓକେରେ ଭୟାବହ ହିଂସାକାଣ୍ଡ: ୧୧ ମୃତ, ୭୦ ଆହତ ବ୍ରାଡଫୋର୍ଡ ଇଷ୍ଟ ସାଂସଦ ଇମ୍ରାନ ହୁସେନଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ବ୍ରିଟିସ ସାଂସଦ ପିଓକେ ନରସଂହାର ମାମଲାରେ କୂଟନୈତିକ ଭାବରେ ହସ୍ତକ୍ଷେପ କରିବାକୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲେ।
ସାଂସଦମାନେ ପରିସ୍ଥିତିର ମୂଲ୍ୟାଙ୍କନ, ଏହି ଅଞ୍ଚଳରେ ବ୍ରିଟିସ ନାଗରିକ ଓ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଅଧିକ ଉତ୍ତେଜନାକୁ ରୋକିବା ପାଇଁ ଉଦ୍ୟମ ବିଷୟରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ।
"