Judgement: ଇଣ୍ଡିଆବୁଲ୍ସ ଋଣ ମାମଲାର ତଦନ୍ତ କରିବ ସିବିଆଇ

Aug 19, 2026 - 18:55
Judgement: ଇଣ୍ଡିଆବୁଲ୍ସ ଋଣ ମାମଲାର ତଦନ୍ତ କରିବ ସିବିଆଇ

"ନୂଆଦିଲ୍ଲୀ: ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ଓ ଏହା ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଉଠିଥିବା କଥିତ ସନ୍ଦେହଜନକ ଋଣ କାରବାର ମାମଲାରେ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଉଠାଯାଇଥିବା ସମସ୍ତ ୬ଟି ଅଭିଯୋଗକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସ୍ୱାଧୀନ ଭାବେ ଯାଞ୍ଚ କରିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପୂର୍ବରୁ ଯେଉଁ ୫ଟି ଅଭିଯୋଗର ତଦନ୍ତ କରିଥିଲା ସେଥିରେ ତାହାର ରିପୋର୍ଟ କିମ୍ବା ମତାମତ ଦ୍ୱାରା ପ୍ରଭାବିତ ନହୋଇ ସିବିଆଇ ନିଜସ୍ୱ ତଦନ୍ତ କରିବ।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି.

ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। "ସିଟିଜେନ୍‌ ହ୍ୱିସଲ୍‌ବ୍ଲୋଅର ଫୋରମ୍‌" ପକ୍ଷରୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନରେ ଇଣ୍ଡିଆବୁଲ୍ସ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକରେ ଋଣ ଅର୍ଥର ଅପବ୍ୟବହାର, ପାଣ୍ଠି ସ୍ଥାନାନ୍ତର, ସେୟାର ମୂଲ୍ୟରେ ହେରଫେର ଓ "ଲୋନ୍‌ ଏଭରଗ୍ରୀନିଂ" ଭଳି ଅଭିଯୋଗ ଉଠାଯାଇଛି।

ତେବେ ଏସବୁ ଅଭିଯୋଗର ସତ୍ୟତା ଏଯାବତ୍‌ ପ୍ରମାଣିତ ହୋଇନାହିଁ ଏବଂ ସିବିଆଇ ତଦନ୍ତ ପରେ ହିଁ ଏହାର ବାସ୍ତବ ଚିତ୍ର ସ୍ପଷ୍ଟ ହେବ।

ଇଡିର ଅଭିଯୋଗରେ ଋଣ ଅର୍ଥକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବଦଳରେ ଅନ୍ୟତ୍ର ବ୍ୟବହାର କରାଯିବା, ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ପାଣ୍ଠି ସ୍ଥାନାନ୍ତର ଓ ଋଣକୁ ନୂଆ ଋଣ ମାଧ୍ୟମରେ ଚାଲୁ ରଖିବା ବା "ଏଭରଗ୍ରୀନିଂ" ଭଳି ଅଭିଯୋଗ ରହିଛି।

ଏଥିସହ କିଛି ଋଣ ଅର୍ଥକୁ ଇଣ୍ଡିଆବୁଲ୍ସ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସେୟାର କ୍ରୟ ଆଦିରେ ବ୍ୟବହାର କରାଯାଇଥିବା ଏବଂ ଏହା ମାଧ୍ୟମରେ ସେୟାର ମୂଲ୍ୟରେ କଥିତ ହେରଫେର ହୋଇଥିବା ଅଭିଯୋଗ ମଧ୍ୟ ଆବେଦନରେ ଦର୍ଶାଯାଇଛି।

ଏହି ଅଭିଯୋଗଗୁଡ଼ିକୁ ନେଇ ପ୍ରାଥମିକ ଭାବେ ଆର୍ଥିକ ଅନିୟମିତତା, ଷଡ଼ଯନ୍ତ୍ର ଓ ପାଣ୍ଠି ଅପସାରଣର ସନ୍ଦେହ ଉଠିଥିବା ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି।

ମାମଲାରେ ପ୍ରାୟ ୧,୫୭୪-୧,୫୭୫ କୋଟି ଟଙ୍କାର ଏକ କାରବାରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସିବିଆଇ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ ଇଡିର ଅଭିଯୋଗରେ ଥିବା ଏହି ଷଷ୍ଠ ମାମଲା ସମ୍ପର୍କରେ ଏଜେନ୍ସି ପୂର୍ବରୁ ଚାର୍ଜସିଟ୍‌ ଦାଖଲ କରିଛି।

ଏବେ ଏହାର ଅଧିକ ତଦନ୍ତ ପାଇଁ ମୁମ୍ବାଇର ବିଶେଷ ସ୍ଵତନ୍ତ୍ର ମନି ଲଣ୍ଡରିଂ ଅଦାଲତର ଅନୁମତି ଆବଶ୍ୟକ ଥିବାରୁ ସିବିଆଇ ସେଠାରେ ଆବେଦନ କରିଛି।

Judgement: ନିଟ୍ ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ; ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ ମୁମ୍ବାଇର ବିଶେଷ ପିଏମଏଲଏ ବିଚାରପତିଙ୍କୁ ସିବିଆଇର ଅଧିକ ତଦନ୍ତ ସମ୍ପର୍କିତ ଆବେଦନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ କହିଛନ୍ତି।

ଅନୁମତି ମିଳିବା ପରେ ସିବିଆଇକୁ ତଦନ୍ତର ପ୍ରଗତି ଓ ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।

ସେହିପରି ୧,୫୭୪ କୋଟି ଟଙ୍କାର କାରବାର ସମ୍ପର୍କିତ ନିଜର ବକେୟା ତଦନ୍ତ ଶେଷ କରି ନୂଆ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ଇଓଡବ୍ଲ୍ୟୁକୁ ମଧ୍ୟ କୋର୍ଟ କହିଛନ୍ତି।

ଇଓଡବ୍ଲ୍ୟୁ ପୂର୍ବରୁ ୫ଟି ଅଭିଯୋଗର ଯାଞ୍ଚ କରିଥିଲା ଏବଂ ଏଥିରେ ଆଗକୁ ଅଧିକ ତଦନ୍ତ ଆବଶ୍ୟକ ନୁହେଁ ବୋଲି ମତ ଦେଇଥିଲା।

କିନ୍ତୁ ଆବେଦନକାରୀ ପକ୍ଷ ଏହି ନିଷ୍କର୍ଷକୁ ଚ୍ୟାଲେଞ୍ଜ କରି ଏକ ସ୍ୱାଧୀନ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରିଥିଲେ।

ଏହା ପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଏହି ୫ଟି ଅଭିଯୋଗକୁ ଇଓଡବ୍ଲ୍ୟୁର ନିଷ୍କର୍ଷ ଆଧାରରେ ନୁହେଁ, ନିଜସ୍ୱ ଭାବେ ଯାଞ୍ଚ କରିବ।

କୋର୍ଟ ଇଓଡବ୍ଲ୍ୟୁର ରିପୋର୍ଟ ଉପରେ ଏହି ପର୍ଯ୍ୟାୟରେ କୌଣସି ମତ ଦେଇନାହାନ୍ତି।

ଇଣ୍ଡିଆବୁଲ୍ସ ମାମଲାଟି ନୂଆ ନୁହେଁ।

୨୦୨୫ ନଭେମ୍ବରରେ ସୁପ୍ରିମକୋର୍ଟ ସିବିଆଇ, ଇଡି, ଏସଏଫଆଇଓ ଓ ସେବି ଲର ବରିଷ୍ଠ ଅଧିକାରୀମାନଙ୍କୁ ମିଳିତ ଭାବେ ଅଭିଯୋଗଗୁଡ଼ିକ ଯାଞ୍ଚ କରିବାକୁ କହିଥିଲେ।

ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସରୁ ୨୦୧୪ରୁ ୨୦୧୭ ମଧ୍ୟରେ ପାଞ୍ଚଟି ଋଣଗ୍ରାହୀ ଗ୍ରୁପ୍‌କୁ ଦିଆଯାଇଥିବା ଋଣକୁ ନେଇ ଅଭିଯୋଗ ଉଠିଥିଲା।

ପରେ ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ ସିବିଆଇ ଓ ଦିଲ୍ଲୀ ପୁଲିସ ଇଓଡବ୍ଲ୍ୟୁର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media