Plot layouts: ନକଲି ପ୍ଲଟିଂ ନକ୍ସା ଦେଖାଇ ୧୦.୨୫କୋଟି ହଡ଼ପ
ଭୁବନେଶ୍ୱର: ନକଲି ପ୍ଲଟିଂ ନକ୍ସା ଦେଖାଇ ୫୦ ଜଣ ସଦସ୍ୟଙ୍କଠାରୁ ଆଦାୟ ହୋଇଥିଲା କୋଟି କୋଟି ଟଙ୍କା।
୮ ଏକର ଜମି ଯୋଗାଇଦେବାକୁ ଚୁକ୍ତି ସହ ଜମିର ନକ୍ସା ମଧ୍ୟ ଦେଖାଗଲା।
ଏପରିକି ଜମି ଦେଇନପାରିଲେ ସୁଧ ସହ ଟଙ୍କା ଫେରାଇବାକୁ ଲିଖିତ ପ୍ରତିଶ୍ରୁତି ଦିଆଗଲା।
ହେଲେ ନା ଜମି ମିଳିଲା, ନା ଟଙ୍କା ଫେରିଲା ଟଙ୍କା।
ଏଭଳି ପ୍ରାୟ ୧୦ କୋଟି ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଛି।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ମାତୃଭୂମି ଇନ୍ଫ୍ରା ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ପାର୍ଥସାରଥୀ ଦାସ, ଇତିଶ୍ରୀ ପଟ୍ଟନାୟକ ଓ କୌସ୍ତଭ ଦାସଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏଲ୍ଆଇସି କ୍ଲାସ୍-୧ ଅଫିସର୍ସ ହାଉସିଂ କୋ-ଅପରେଟିଭ୍ ସୋସାଇଟିର ଅଧ୍ୟକ୍ଷ କାର୍ତ୍ତିକ କୁମାର ଦାସଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ, ୫ ଜୁନ୍ ୨୦୨୪ରେ ସୋସାଇଟି ଓ ମାତୃଭୂମି ଇନ୍ଫ୍ରା ଭେଞ୍ଚର୍ସ ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଥିଲା।
ଏଥିରେ ପ୍ରଥମ ପର୍ଯ୍ୟାୟରେ ୮ ଏକର ଜମି କିଣି ସୋସାଇଟିକୁ ଯୋଗାଇଦେବାକୁ ବିଲ୍ଡର୍ ପ୍ରତିଶ୍ରୁତି ସଦଇଥିଲା।
ବର୍ଗଫୁଟ୍ ପିଛା ୧୨୫୦ ଟଙ୍କା ଦରରେ ଜମି ଯୋଗାଇବାକୁ ଚୁକ୍ତି ହୋଇଥିଲା।
Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା ପରେ ୨୦୨୪ ଅକ୍ଟୋବରରେ ଏମ୍ଓୟୁରେ ବେଆଇନ ଭାବେ ପରିବର୍ତ୍ତନ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସମିତିର ମୋଟ ୫୦ ଜଣ ସଦସ୍ୟଙ୍କଠାରୁ ଆଦାୟ ହୋଇଥିବା ୧୪ କୋଟି ୨୯ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟରୁ ୧୦ କୋଟି ୨୫ ଲକ୍ଷ ଟଙ୍କା ମାତୃଭୂମି ଇନ୍ଫ୍ରା ଭେଞ୍ଚର୍ସକୁ ବ୍ୟାଙ୍କ୍ ମାଧ୍ୟମରେ ଦିଆଯାଇଥିଲା।
ହେଲେ ଟଙ୍କା ନେବା ପରେ ମଧ୍ୟ ସଂସ୍ଥା ଜମି କିଣିଲା ନାହିଁ କି ସମିତି ନାମରେ ପଞ୍ଜୀକରଣ କଲା ନାହିଁ।
ଏପରିକି ଜମିର ମୌଜା, ଖାତା ଓ ପ୍ଲଟ୍ ନମ୍ବର ଭଳି ମୌଳିକ ବିବରଣୀ ନଥିବା ଦୁଇଟି ପ୍ଲଟିଂ ନକ୍ସା ଦେଇ ସମିତିକୁ ଭ୍ରମିତ କରାଯାଇଥିବା ଏତଲାରେ ଦର୍ଶାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
