Cyclone: ୩୦ରେ ଘୂର୍ଣ୍ଣିବଳୟ!
ଭୁବନେଶ୍ବର: ବିଶ୍ୱସ୍ତରୀୟ ପାଣିପାଗ ମଡେଲଗୁଡ଼ିକର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯–୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ନଭେମ୍ବର ୨୬–୨୮ ମଧ୍ୟରେ ମାଳୟ ଉପଦ୍ୱୀପ ଅତିକ୍ରମ କରି ଆସିବାକୁ ଥିବା ପୂର୍ବାଳୀ ତରଙ୍ଗ ଏହାର ପ୍ରାରମ୍ଭିକ ନିମ୍ନସ୍ତରୀୟ ଘୂର୍ଣ୍ଣନ ସୃଷ୍ଟି କରିପାରେ।
ତେବେ ଏହାର ସୃଷ୍ଟି ଓ ପରବର୍ତ୍ତୀ ବିକାଶ ସମ୍ପର୍କରେ ଆଗାମୀ ମଡେଲ ଆକଳନରୁ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଅନ୍ୟପକ୍ଷରେ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଗକୁ ଆଉ ବାତ୍ୟା ପୂର୍ବାନୁମାନ କରାଯାଇନାହିଁ।
ବର୍ଷକୁ ହାରାହାରି ୫ଟି ବାତ୍ୟା ଆସିଥାଏ।
ଏବର୍ଷ ୩ଟି ବାତ୍ୟା ଆସିଛି।
୧୯୮୭ ଓ ୧୯୭୬ ମସିହାରେ ସମାନ ସ୍ଥିତି ହୋଇଥିଲା।
ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରୁ ସାରା ବିଶ୍ୱରେ ପାଣିପାଗରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।
ତେବେ ଆଜିଠୁ ପାଗ ଶୁଖିଲା ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଶୁପାଳକ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୧୯ ତାରିଖର ଆକଳନ ଅନୁଯାୟୀ, ମ୍ୟାଡେନ୍–ଜୁଲିଆନ୍ ଦୋଳନ (ଏମ୍ଜେଓ) ଡିସେମ୍ବର ପ୍ରଥମ ଭାଗ ପର୍ଯ୍ୟନ୍ତ ମେଘ ସୃଷ୍ଟି ଓ ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ଅନୁକୂଳ ରହିବ।
କିନ୍ତୁ ଅଷ୍ଟ୍ରେଲିଆର ପାଣିପାଗ ବିଭାଗ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ଆକଳନରେ ଏମ୍ଜେଓ ଦୁର୍ବଳ କିମ୍ବା ଏହାର ଗତି ଅନିଶ୍ଚିତ ରହିବାର ସଙ୍କେତ ରହିଛି।
ଭାରତ ମହାସାଗର ଦ୍ୱିଧ୍ରୁବ ବର୍ତ୍ତମାନ ନିରପେକ୍ଷ ଅବସ୍ଥାରେ ରହିଛି।
ଏହାର ପୂର୍ବ ଓ ପଶ୍ଚିମ ଭାଗରେ ସମୁଦ୍ରପୃଷ୍ଠ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥିଲେ ମଧ୍ୟ ଉଭୟ ଅଞ୍ଚଳର ତାପମାତ୍ରା ବିଚ୍ୟୁତି ମଧ୍ୟରେ ପାର୍ଥକ୍ୟ କମ୍ ରହିଛି।
ନିକଟରେ ହୋଇଥିବା ଅର୍ଣ୍ଣବ, ମୁରାସୁ ଓ ଅକ୍ଭାନ୍ ବାତ୍ୟାର ଗତିପଥରେ ପଶ୍ଚିମ ବଙ୍ଗୋପସାଗରର ଜଳ ସ୍ଥାନୀୟ ଭାବେ ଥଣ୍ଡା ହୋଇଥାଇପାରେ।
ତେବେ ଏହି ଶୀତଳୀକରଣ ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ ଏବଂ ଏହା ନୂଆ ଘୂର୍ଣ୍ଣିବାତ୍ୟାର ବିକାଶକୁ ଅବଶ୍ୟ ରୋକିବ ବୋଲି କୁହାଯାଇପାରିବ ନାହିଁ।
ଏହାର ବିକାଶ ବାୟୁମଣ୍ଡଳୀୟ ପରିସ୍ଥିତି ଓ ସମୁଦ୍ରର ଉପର ସ୍ତରରେ ସଞ୍ଚିତ ତାପଶକ୍ତି ଉପରେ ମଧ୍ୟ ନିର୍ଭର କରିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।
Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
