Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ

Oct 30, 2026 - 10:32
Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ

ସାରଜା: ଆଫଗାନିସ୍ତାନ ତାରକା ଲେଗ୍‌ ସ୍ପିନର ରସିଦ ଖାନ ଗୁରୁବାର ଇତିିହାସ ରଚିଛନ୍ତି।

ପ୍ରଥମ ବୋଲର ଭାବେ ପୁରୁଷ ‌‌ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୱିକେଟ୍‌ ନେବାରେ ଦ୍ବିଶତକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ସାରାଜାରେ ଖେଳାଯାଇଥିବା ମ୍ୟାଚରେ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ରେ ସେ ଏହି ସଫଳତା ପାଇଥିଲେ।

ଜିମ୍ବାୱେ ୱିକେଟ୍‌କିପର-ବ୍ୟାଟର୍‌ ତଦିୱାନାସେ ମରୁମାନିଙ୍କୁ ଆଉଟ୍‌ କରି ସେ ଏହି ଫର୍ମାଟ୍‌ରେ ୨୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟ ଛୁଇଁବା ସହ ସର୍ବାଧିକ ୱିକେଟ୍‌ ହାସଲକାରୀ ତାଲିକାର ଶୀର୍ଷ ସ୍ଥାନକୁ ଆହୁରି ମଜଭୂତ କରିଛନ୍ତି।

୨୦୧୫ ଅକ୍ଟୋବରରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରସିଦ ୨୦୨୫ ସେପ୍ଟେମ୍ବରରେ ଏହି ଛୋଟ ଫର୍ମାଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ନ୍ୟୁଜିଲାଣ୍ଡର ଟିମ୍‌ ସାଉଦିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ।

Advertisment ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଖେଳାଳି ମ୍ୟାଚ୍‌ ୱିକେଟ୍‌ ହାରାହାରି ଇକୋନୋମି ରସିଦ ଖାନ (ଆଫଗାନିସ୍ତାନ) ୧୨୦* ୨୦୦ ୧୩.୯୯ ୬.୧୨ ଆଦିଲ ରସିଦ (ଇଂଲଣ୍ଡ) ୧୫୩ ୧୭୧ ୨୩.୪୨ ୭.୫୬ ଏହସାନ ଖାନ (ହଂକଂ) ୧୧୯ ୧୬୫ ୧୫.୩୮ ୬.୧୧ ଈଶ ସୋଢ଼ୀ (ନ୍ୟୁଜିଲାଣ୍ଡ) ୧୪୨ ୧୬୫ ୨୩.୦୧ ୮.୧୬ ଟିମ୍‌ ସାଉଦି (ନ୍ୟୁଜିଲାଣ୍ଡ) ୧୨୬ ୧୬୪ ୨୨.୩୮ ୮.୦୦ Asian Para Games: ଏସୀୟ ପାରା କ୍ରୀଡ଼ାର ପଦକ ପୂର୍ବାନୁମାନକୁ ନେଇ ବିବାଦ: ପୂର୍ବତନ ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରମୋଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)