Plastic notes: ପ୍ଲାଷ୍ଟିକ ନୋଟ୍ ପରୀକ୍ଷଣକୁ ମଞ୍ଜୁରି ଦିଆଯାଇଛି: ସୀତାରମଣ
"ନୂଆଦିଲ୍ଲୀ: ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର କ୍ଷେତ୍ର ପରୀକ୍ଷଣକୁ ମଞ୍ଜୁରି ଦେଇଛନ୍ତି।
୧୦୦ କୋଟି ଲେଖାଏଁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଜାରି କରାଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରସ୍ତାବ ଦେଇଥିଲା।
Advertisment ପରୀକ୍ଷଣ ସଫଳ ହେଲେ ଦେଶରେ ପ୍ଲାଷ୍ଟିକ ନୋଟ୍ର ନିୟମିତ ପ୍ରଚଳନ କରାଯିବ।
୧୦୦ କୋଟି ଖଣ୍ଡ ୧୦ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ ନୋଟ ପ୍ରଚଳନ ହେଲେ ୧୦୦୦ କୋଟି ଟଙ୍କା ଏବଂ ୧୦୦ କୋଟି ଖଣ୍ଡର ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ହେଲେ ୨୦୦୦ କୋଟି ଟଙ୍କାର ପ୍ଲାଷ୍ଟିକ ନୋଟ୍ ବଜାରକୁ ଆସିବ।
ଅର୍ଥାତ୍ ମୋଟ ୩ ହଜାର କୋଟି ଟଙ୍କାର ଉଭୟ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ ଉପଲବ୍ଧ ହେବ।
ପ୍ଲାଷ୍ଟିକ ନୋଟ୍ ସହ କାଗଜ ନୋଟ୍ ମଧ୍ୟ ଉପଲବ୍ଧ ହେବ।
RBI: ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ନିକଟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଥିଲେ ଯେ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ଭଳି ଦେଶରେ ପ୍ଲାଷ୍ଟିକ ନୋଟ୍ର ପ୍ରଚଳନ ୩୦ ବର୍ଷରୁ ଅଧିକ ସମୟ ହେଲା ରହିଛି।
ପ୍ଲାଷ୍ଟିକ ନୋଟ ଶୀଘ୍ର ଖରାପ କିମ୍ବା ନଷ୍ଟ ହେବନାହିଁ।
ଏଥିସହିତ ନକଲି ନୋଟ୍ ଉପରେ ଲଗାମ ଲାଗିପାରିବ।
କାରଣ ଏଥିରେ ଅତ୍ୟାଧୁନିକ ସୁରକ୍ଷା ସୁବିଧା ରହିବ।
ଫଳରେ ନକଲି ନୋଟ୍ ପ୍ରସ୍ତୁତ କରିବା ସହଜ ହେବନାହିଁ।
କାଗଜ ନୋଟ୍ ଶୀଘ୍ର ଖରାପ ହୋଇଯାଉଛି।
ଏଥିପାଇଁ ନୋଟ୍ ଛପା ଖର୍ଚ୍ଚ ବଢ଼ିଯାଉଛି।
୨୦୨୪-୨୫ରେ ରିଜର୍ଭ ବ୍ୟାଙ୍କର କାଗଜ ନୋଟ୍ ଛାପିବାରେ ୬୩୭୨.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ପ୍ଲାଷ୍ଟିକ ନୋଟ୍ ଲମ୍ବା ସମୟ ପର୍ଯ୍ୟନ୍ତ ନଷ୍ଟ ହେବାକୁ ନଥିବାରୁ ବାରମ୍ବାର ନୋଟ୍ ଛାପିବାର ଆବଶ୍ୟକତା ପଡ଼ିବ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
