Keralam: କେରଳ ହେବ ‘କେରଳମ୍’ , ଲୋକସଭାରେ ବିଲ୍ ଗୃହୀତ
"ନୂଆଦିଲ୍ଲୀ: କେରଳର ନାଁ ବଦଳି "କେରଳମ" ହେବ।
କେରଳର ନାମ ପରିବର୍ତ୍ତନ ସଂକ୍ରାନ୍ତ ଏକ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି।
ତେବେ ବିନା ଆଲୋଚନାରେ ଆଜି ଏହି ବିଲ୍ ଗୃହୀତ ହୋଇଥିବାରୁ ସରକାର କଂଗ୍ରେସ ସାଂସଦମାନଙ୍କୁ ଏନେଇ କଟାକ୍ଷ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କେରଳର ନାମ ପରିବର୍ତ୍ତନ କରି "କେରଳମ୍" କରିବାପାଇଁ କେରଳ ବିଧାନସଭାରେ ୨୦୨୪ରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଏନେଇ ଏକ ଆଇନ ଆଣିବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।
ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ବାରା ଆଗତ କରାଯାଇଥିବା ଦି କେରଳ (ଅଲ୍ଟେରେସନ ଅଫ୍ ନେମ୍) ବିଲ୍, ୨୦୨୬ ବିନା ଆଲୋଚନାରେ ବାଚନିକ ଭୋଟ୍ରେ ଗୃହରେ ଗୃହୀତ ହୋଇଛି।Advertisment ମନ୍ତ୍ରୀ ରାୟ ଆଜି ଏନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ରାୟ କହିଛନ୍ତି, ଏଥିରୁ ଜଣାପଡ଼ୁଛି ଯେ କଂଗ୍ରେସ ସାଂସଦମାନେ ନାମ ପରିବର୍ତ୍ତନକୁ ସମର୍ଥନ କରୁନାହାନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ଏହା ଖୁବ୍ ଦୁଃଖଦାୟକ ଯେ ସାଂସଦ କେସି ବେଣୁଗୋପାଳ କେରଳର ହୋଇଥିଲେ ମଧ୍ୟ ସେ ବିଲ୍ ଉପରେ କିଛି କହିଲେନି।
Weather: କେରଳମ୍ରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ଆଇଏମ୍ଡି ବିରୋଧୀ ସଦସ୍ୟମାନେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଅତ୍ୟଧିକ ବଳପ୍ରୟୋଗକୁ ବିରୋଧ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜବାବ ଦାବି କରି ସ୍ଲୋଗାନ୍ ଦେଇଥିବା ବେଳେ ଆଜି କେରଳ ନାମ ପରିବର୍ତ୍ତନ ବିଲ୍ ବିନା ଆଲୋଚନାରେ ଗୃହୀତ ହୋଇଛି।
ଉଲ୍ଲେଖଯୋଗ୍ୟ ସଂସଦର ମୌସୁମୀ ଅଧିବେଶନ ସରିବାକୁ ଆଉ ମାତ୍ର ୨ ଦିନ ବାକିଥିବାବେଳେ ବିରୋଧୀମାନେ ଲଗାତାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
