Planes Collide at Miami Airport: ମଝି ଆକାଶରେ ନୁହେଁ, ରନୱେରେ ଧକ୍କା! ଯାତ୍ରୀବାହୀ ବିମାନ ସହ ଧକ୍କା ହେଲା କାର୍ଗୋ ପ୍ଲେନ୍

Nov 15, 2026 - 14:36
Planes Collide at Miami Airport: ମଝି ଆକାଶରେ ନୁହେଁ, ରନୱେରେ ଧକ୍କା! ଯାତ୍ରୀବାହୀ ବିମାନ ସହ ଧକ୍କା ହେଲା କାର୍ଗୋ ପ୍ଲେନ୍

ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି।

ଟ୍ୟାକ୍ସିୱେରେ ଯାଉଥିବା ସମୟରେ ୟୁପିଏସର ଏକ କାର୍ଗୋ ବିମାନ ଏବଂ କୋପା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ପରସ୍ପର ସହ ଧକ୍କା ହୋଇଥିଲେ।

ଶନିବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌ରେ ଘଟିଥିବା ଏହି ଘଟଣାରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Advertisment ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଫଏ) ଅନୁସାରେ, କୋପା ଏୟାରଲାଇନ୍ସର ବୋଇଂ ୭୩୭ ବିମାନର ଡେଣାର ଅଗ୍ରଭାଗ ୟୁପିଏସର ବୋଇଂ ୭୬୭ କାର୍ଗୋ ବିମାନର ନାକରେ ବାଜିଥିଲା।

ଦୁଇଟି ଟ୍ୟାକ୍ସିୱେର ଛକରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, କୋପା ଏୟାରଲାଇନ୍ସ ବିମାନଟି ପାନାମା ସିଟିରୁ ଆସି ନିଜ ଗେଟ୍ ଆଡ଼କୁ ଯାଉଥିଲା।

ଅନ୍ୟପଟେ ୟୁପିଏସର କାର୍ଗୋ ବିମାନଟି କଲମ୍ବିଆର ବୋଗୋଟା ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା।

ଏଫଏଫଏର କହିବା ଅନୁସାରେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ୟୁପିଏସ ବିମାନର ପାଇଲଟ୍‌ଙ୍କୁ କୋପା ବିମାନକୁ ଯିବା ପାଇଁ ରାସ୍ତା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment ଏହି ଧକ୍କା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ପାଇଲଟ୍‌ଙ୍କ କଥାବାର୍ତ୍ତାର ଅଡିଓ ମଧ୍ୟ ସାମ୍ନାକୁ ଆସିଛି।

କୋପା ବିମାନର ପାଇଲଟ୍ ଧକ୍କା ବିଷୟରେ ସୂଚନା ଦେଇ କହିଥିଲେ, କେହି ଜଣେ ଆମ ବିମାନକୁ ଧକ୍କା ଦେଇଛନ୍ତି।

ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ୟୁପିଏସ ବିମାନର ପାଇଲଟ୍‌ଙ୍କୁ ଏନେଇ ପଚାରିବାରୁ ସେ ନିଜ ବିମାନ ଆଗକୁ ଅଧିକ ଚାଲିଯାଇଥିବା ଏବଂ କୋପା ବିମାନର ଡେଣା ତାଙ୍କ ବିମାନରେ ବାଜିଥିବା ସ୍ୱୀକାର କରିଥିଲେ।

ଘଟଣା ପରେ ମିଆମି-ଡେଡ୍ ଫାୟାର ରେସ୍କ୍ୟୁ ଟିମ୍ ଦୁଇ ଜଣ ଆହତଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦେଇଥିଲା।

ଘଟଣାସ୍ଥଳର ଫଟୋରେ ଗୋଟିଏ ବିମାନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି।

ଏହି ଘଟଣା ସତ୍ତ୍ୱେ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଥିଲା।

ସୁରକ୍ଷା ଦୃଷ୍ଟିରୁ କିଛି ବିମାନକୁ ବିକଳ୍ପ ଟ୍ୟାକ୍ସିୱେ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ, ଏହି ଘଟଣା ଯୋଗୁଁ ବିମାନବନ୍ଦରର ସାଧାରଣ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇନଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)