Physics Wallah: ଅକ୍ଟୋବରରେ ଫିଜିକ୍ସୱାଲା-ବିଦ୍ୟାପୀଠର ସ୍କଲାରସିପ୍‌ ପରୀକ୍ଷା

Jul 27, 2026 - 23:25
Physics Wallah: ଅକ୍ଟୋବରରେ ଫିଜିକ୍ସୱାଲା-ବିଦ୍ୟାପୀଠର ସ୍କଲାରସିପ୍‌ ପରୀକ୍ଷା

"ଭୁବନେଶ୍ବର: ଆଇଆଇଟି-ଜେଇଇ, ନିଟ୍‌ ଓ ଫାଉଣ୍ଡେସନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଅନୁଷ୍ଠାନ ଫିଜିକ୍ସୱାଲା-ବିଦ୍ୟାପୀଠ ପକ୍ଷରୁ ଜାତୀୟ ସ୍କଲାରସିପ୍‌ ତଥା ନାମଲେଖା ପରୀକ୍ଷା(ଏନ୍‌ଏସ୍‌ଏଟି) ଘୋଷଣା କରାଯାଇଛି।

ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇପାରିବେ।

ଏହି ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ ଆସନ୍ତା ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ଦୈନିକ ହେବ।

ଅଫ୍‌ଲାଇନ୍‌ରେ ଅକ୍ଟୋବର ୩, ୪, ୧୦ ଓ ୧୧ ତାରିଖରେ ସେହି ପରୀକ୍ଷା ଅନୁଷ୍ଠିତ ହେବ।

ଏହି ପରୀକ୍ଷା ମାଧ୍ୟମ‌ରେ ସାରା ଦେଶରେ ୨୫୦ କୋଟି ଟଙ୍କାର ବୃତ୍ତି ପ୍ରଦାନ କରାଯିବ।Advertisment ଆହୁରି ପଢନ୍ତୁ : Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ  ଏଥି ସହିତ ୨.୫ କୋଟି ଟଙ୍କାର ନଗଦ ରାଶି ପୁରସ୍କାର ମଧ୍ୟ ଦିଆଯିବ।

ପରୀକ୍ଷାରେ ଶୀର୍ଷ ୫୦୦ଟି ସ୍ଥାନ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠପଢ଼ା ଓ ରହଣୀ ସୁଯୋଗ ପ୍ରଦାନ କରାଯିବ।

ଏହି ପରୀକ୍ଷା ଜରିଆରେ ଫିଜିକ୍ସୱାଲା ପକ୍ଷରୁ ରାଜ୍ୟର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍ବପ୍ନ ସାକାର କରିବା ପାଇଁ ସଠିକ୍‌ ମାର୍ଗଦର୍ଶନ ଓ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।