Indigo flight: ରାଜକୋଟରେ ଜରୁରୀ ଅବତରଣ କଲା ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନ
"ନୂଆଦିଲ୍ଲୀ: ଦୁବାଇରୁ ମୁମ୍ବାଇ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନ ଆଜି ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।
ଇଣ୍ଡିଗୋ ବିମାନ ୬ଇ ୧୪୫୨ ବିମାନରେ ୧୯୪ ଜଣ ଯାତ୍ରୀ ଦୁବାଇରୁ ମୁମ୍ବାଇକୁ ଉଡ଼ାଣ କରୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାଜକୋଟ ବିମାନବନ୍ଦରକୁ ଏହାର ଦିଗ ପରିବର୍ତ୍ତନ କରାଯାଇଥିଲା।
ବିମାନ କର୍ମଚାରୀ ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଚିହ୍ନଟ କରିବା ପରେ ପାଇଲଟ ତୁରନ୍ତ ରାଜକୋଟ ବିମାନବନ୍ଦର ସହ ଯୋଗାଯୋଗ କରିଥିଲେ ଏବଂ ପୂର୍ଣ୍ଣ ଇମର୍ଜେନ୍ସି ଘୋଷଣା କରାଯାଇଥିଲା।Advertisment ଆହୁରି ପଢନ୍ତୁ : Packaged Food: ପ୍ୟାକେଟ୍ ଖାଦ୍ୟରେ ସାମ୍ନାପଟେ ଚିନି ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ କରିବାକୁ ସଂସଦୀୟ କମିଟିର ସୁପାରିସ ରାଜକୋଟ ବିମାନବନ୍ଦର ନିର୍ଦ୍ଦେଶକ ଦିଗନ୍ତ ବୋରା କହିଛନ୍ତି, ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନଟିର ସୁରକ୍ଷିତ ଅବରତଣ କରାଯାଇଛି।
ପ୍ରାଥମିକ ସୂଚନାନୁଯାୟୀ ପାଇଲଟ ବିମାନରେ ଧୂଆଁ ଚିହ୍ନଟ କରିବାପରେ ରାଜକୋଟ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ୍) ସହ ଯୋଗାଯୋଗ କରିଥିଲେ ଏବଂ ବିମାନର ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ।
ରାଜକୋଟ ପୁଲିସ କମିସନର କହିଛନ୍ତି, ବିମାନଟି ଜରୁରୀ ଅବତରଣ କରିବାପରେ ଏବେ ଏହାକୁ ଭଲଭାବେ ଯାଞ୍ଚ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।