RBI: ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ର ପରୀକ୍ଷଣ ହେବ
"ନୂଆଦିଲ୍ଲୀ: ଦେଶରେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ର ପରୀକ୍ଷଣ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁମତି ଦିଆଯାଇଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି।
ବଜାରରେ ପରୀକ୍ଷଣ କରିବା ପାଇଁ ୧୦୦ କୋଟି ଖଣ୍ଡ ଲେଖାଏଁ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଜାରି କରିବା ସମ୍ପର୍କିତ ପ୍ରସ୍ତାବ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ଅନୁମୋଦନ ହାସଲ କରିଛି।Advertisment ଆହୁରି ପଢନ୍ତୁ : POK: ପିଓକେରେ ବଡ଼ଧରଣର ପ୍ରତିବାଦ: ଆଲୋଚନା ବିଫଳ ପରେ ମୁଜାଫରାବାଦକୁ ପ୍ରତିବାଦକାରୀଙ୍କ ପଦଯାତ୍ରା ପରୀକ୍ଷଣ ସଫଳ ହେଲେ ନିୟମିତ ଭାବେ ଏହି ଦୁଇ ପ୍ରକାର ପ୍ଲାଷ୍ଟିକ୍ ନୋଟ୍ ଜାରି କରିବାକୁ ଯୋଜନା ରହିଛି।
ଅନ୍ତର୍ଜାତୀୟ ଅଧ୍ୟୟନ ଆଧାରରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଜଣାଇଛି ଯେ କାଗଜ ନୋଟ୍ ତୁଳନାରେ ପ୍ଲାଷ୍ଟିକ୍ ନୋଟ୍ର ଜୀବନକାଳ ଅଧିକ।
କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ ନୋଟ୍ ଆଣିବାର କୌଣସି ଯୋଜନା ନାହିଁ।
ଉଭୟ ପ୍ରକାର ନୋଟ୍ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।