attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

Jul 27, 2026 - 22:28
attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

"ସୁନ୍ଦରଗଡ଼:  ଦୁଇ ପରିବାର ମଧ୍ୟରେ ଘନିଷ୍ଠତା ଥିଲା।

ଉଭୟ ପରିବାରର ମୁରବୀ ଦୁଇ ଭଲ ବନ୍ଧୁଥିଲେ, କିନ୍ତୁ ସମସ୍ତ ସମ୍ପର୍କ ଓ ସଦ୍‌ଭାବକୁ ବଳିପକାଇ ଜଣେ ଯୁବକ ନିଜ ପିତାଙ୍କ ଘନିଷ୍ଠବନ୍ଧୁଙ୍କ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।

ସମ୍ପ୍ରତି ଅଭିଯୋଗ ପରେ ପୁଲିସ ଉକ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

Advertisment Bhubaneswar Horror ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼ ସୂଚନାନୁସାରେ, ଘଟଣାଟି ଭଷ୍ମା ଥାନା ଅଞ୍ଚଳରେ ଘଟିଛି।

ଅଭିଯୁକ୍ତ ହେଲେ ମହେନ୍ଦ୍ର ପେରୁଆ (୨୫)।

ମାମଲାର ବିବରଣୀ ଅନୁସାରେ, ମହେନ୍ଦ୍ର ଓ ପୀଡ଼ିତାଙ୍କ ବାପା ଦୁଇଜଣ ବନ୍ଧୁ।

ଆଜି(ସୋମବାର) ମହେନ୍ଦ୍ରଙ୍କ ବାପା ବନ୍ଧୁଙ୍କ ଘରକୁ ଯାଉଛି କହି ଘରୁ ବାହାରିଥିଲେ।

କିନ୍ତୁ ଫେରିବାରେ ବିଳମ୍ବ ଘଟିଥିଲା।

ଏଣୁ ମହେନ୍ଦ୍ର ବାପାଙ୍କୁ ଖୋଜିବାକୁ ପୀଡ଼ିତାଙ୍କ ଘରକୁ ଯାଇ ନିଜ ବାପାଙ୍କୁ ପାଇନଥିଲେ।

Rape: ମହୀଶୂରରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍‌ ଏହି  ସମୟରେ ପୀଡ଼ିତା ଜଣଙ୍କୁ ଘରେ ଏକୁଟିଆ ଦେଖିବାକୁ ପାଇଥିଲେ।

ମନରେ ପାଶବିକତା ସୃଷ୍ଟି ହୋଇଥିଲା।

ପୀଡ଼ିତା ଜଣକ କାହା ସହ ମୋବାଇଲ୍‌ରେ କଥା ହେଉଥିଲେ।

ମହେନ୍ଦ୍ର ତାଙ୍କୁ ପଛପଟରୁ ଭିଡ଼ିଧରି ଟଣାଓଟରା କରିଥିଲେ।

ପୀଡ଼ିତା ଜଣକ କୌଣସି ମତେ ସେଠାରୁ ମୁକୁଳି ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ।

ପରେ ଏହି କଥା ନିଜର ପରିବାର ସଦସ୍ୟଙ୍କୁ ଜଣାଇଥିଲେ।

ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ପୁଲିସ  ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହେନ୍ଦ୍ରକୁ ଗିରଫ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।