Aska fertilizer scam ଆସିକାରେ ଚାଷୀଙ୍କୁ ଏକ୍ସପାଇରି ନାନୋ ୟୁରିଆ, ଚଢ଼ାଦରରେ ଡିଏପି ବିକ୍ରି
"ଆସିକା: ଆସିକା ବ୍ଳକ୍ ଅନ୍ତର୍ଗତ ନଳବଣ୍ଟା ସମବାୟ ସମିତିରେ ଚାଷୀଙ୍କ ଠାରୁ ଚଢ଼ାଦରରେ ୟୁରିଆ ଓ ଡିଏପି ବିକ୍ରି କରାଯାଉଥିବା ବେଳେ ଏକ୍ସପାଇରି ହୋଇଯାଇତିବା ନାନୋ ୟୁରିଆ ପ୍ଲସ୍ ନେବାକୁ ବାଧ୍ୟ କରାଯାଉଛି।
ଏନେଇ ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।Advertisment ଚାଷୀଙ୍କ ପାଇଁ ୬୫୦୦ ମ୍ୟାଟ୍ରିକ ଟନ୍ ସାର ଦରକାର; ଆସିଛି ୪ ହଜାର ମ୍ୟାଟ୍ରିକ ଟନ୍ ଅଭିଯୋଗ ଅନୁସାରେ, ଚାଷୀଙ୍କ ଠାରୁ ପ୍ରତି ବସ୍ତା ୟୁରିଆ ପିଛା ୩ଶହ ଟଙ୍କା ଓ ଡିଏପି ୧୫ଶହ ଟଙ୍କା ନିଆଯାଉଛି।
ଏହା ସହିତ ଏକ୍ସପାଇରୀ ନାନୋ ୟୁରିଆ ପ୍ଲସ ମଧ୍ୟ ବିକ୍ରି ହେଉଛି।
ସରକାର ଚାଷୀଙ୍କୁ ରସାୟନିକ ସାରରେ ରିହାତି ଦେଉଛନ୍ତି।
ୟୁରିଆ ବସ୍ତାପିଛା ୨୬୬ ଟଙ୍କା ୫୦ ପଇସା ଏବଂ ଡିଏପି ୧୩୫୦ ଟଙ୍କା ରେ ବିକ୍ରି କରିବା ପାଇଁ ନିୟମ ରହିଛି।
ୟୁରିଆ ସରକାରଙ୍କ ଅତି ଆବଶ୍ୟକ ସାମଗ୍ରୀ ତାଲିକା ରେ ରହିଛି।
ଏହାକୁ ଉଚ୍ଚା ଦର ରେ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ।
ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହୋଇଥିବା ଏବଂ ଚାଷୀ ଙ୍କୁ ସାରର ଆବଶ୍ୟକତା ରହିଥିବାରୁ ଚାଷୀ ଚାଷକାର୍ଯ୍ୟ ଆାଗକୁ ବଢ଼ାଇବାକୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି: ବଢିବନି ୟୁରିଆ ଦର, ସାର ସବସିଡି ଜାରି ରହିବ ଚାଷୀ ଙ୍କ ପାଇଁ ଆବଶ୍ୟକ ସାର ଉପଲବ୍ଧ ନଥିବା ବେଳେ ସମିତି ଅଧୀନରେ ମଣ୍ଡି ପାଇଁ ପଞ୍ଜୀକରଣ କରିଥିବା ୩୦ ରୁ ୪୦ ଚାଷୀ ପ୍ରତିଦିନ ସାର ପାଉଛନ୍ତି।
ଏନେଇ ସମିତି ସମ୍ପାଦକ କୈଳାସ ସ୍ୱାଇଁ କହିଛନ୍ତି, ସମିତି କ୍ଷତିରେ ଚାଲିଛି।
ସାର ଆଣିବା ପାଇଁ ଗାଡି ଭଡ଼ା ଗାଡ଼ିରୁ ସାର ଓହ୍ଲାଇ ଗୋଦାମରେ ରଖିବା ନିମନ୍ତେ ଓ ଜିଏସ୍ଟି ଆଦି ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ଭରଣା ପାଇଁ ୟୁରିଆ ୩ଶହ ଟଙ୍କାରେ ବିକ୍ରି କରାଯାଉଛି।
ଚାଷ ଆରମ୍ଭରୁ ସାର ଦର ଦୁଇଗୁଣ, ଚିନ୍ତାରେ ଚାଷୀ ବ୍ରହ୍ମପୁର ଡିଆର୍ସିଏସ୍ଙ୍କ ସହ ଯୋଗା ଯୋଗ କରିବାରୁ ସେ କହଛନ୍ତି, ଏଭଳି ଚଢ଼ାଦରରେ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ।
ଏଣୁ ସେ ସମିତିର ସମ୍ପାଦକଙ୍କୁ ତାଗିଦ କରିଛନ୍ତି।
ଚାଷୀଙ୍କ ଠାରୁ ନିଆ ଯାଇଥିବା ଅଧିକ ଟଙ୍କା ଚାଷୀଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ଚାଷୀଙ୍କୁ ଜବରଦସ୍ତ କରି ବିକ୍ରି କରାଯାଉଥିବା ଏକ୍ସପାଇରୀ ନାନୋ (ତରଳ ୟୁରିଆ) ର ବିକ୍ରି ସମ୍ପୁର୍ଣ୍ଣ ବନ୍ଦ କରି କମ୍ପାନୀ କୁ ଫେରସ୍ତ କରାଯିବ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।