PhonePe: ଫୋନ୍ ପେ’ ୟୁଜରଙ୍କୁ ବଡ଼ ଝଟକା!

Jun 24, 2026 - 18:47
PhonePe: ଫୋନ୍ ପେ’ ୟୁଜରଙ୍କୁ ବଡ଼ ଝଟକା!

ଫୋନ ପେ ବ୍ୟବହାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ପେମେଣ୍ଟ ଆପରେ ହୋଇପାରେ ଖୁବଶୀଘ୍ର ପରିବର୍ତ୍ତନ। କମ୍ପାନି ଏହାର ୱାଲେଟ୍ ନିୟମକୁ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁସାରେ ଦୀର୍ଘ ସମୟ ଧରି ଫୋନ ପେ’ର ୱାଲେଟ୍ ସେବା ବ୍ୟବହାର ନ କଲେ ଗ୍ରାହକଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିପାରେ। ଏହି ଖବର ଆସିବା ପରେ ଅନେକ ବ୍ୟବହାରକାରୀ ଚିନ୍ତା ପ୍ରକାଶ କରିଛନ୍ତି। ଫୋନ୍‌ ପେ’ର ନୂଆ ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ୩୬୫ ଦିନ ପର୍ଯ୍ୟନ୍ତ ୱାଲେଟ୍ରେ କୌଣସି ଟଙ୍କା ନେଣଦେଣ ନ କରନ୍ତି ତେବେ ସେମାନଙ୍କ ଠାରୁ ଇନଆକ୍ଟିଭିଟି ଫି ଭାବେ ୧୦୦ ଟଙ୍କା ନିଆଯାଇପାରେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ଲୋକେ ସିଧାସଳଖ ବ୍ୟାଙ୍କ ଖାତାରୁ ୟୁପିଆଇ ଦ୍ୱାରା ପେମେଣ୍ଟ କରୁଥିବାରୁ ୱାଲେଟ୍ ବହୁତ କମ୍ ବ୍ୟବହାର କରନ୍ତି। ତେଣୁ ଏହି ସେବାକୁ ବ୍ୟବହାର ନ କରି ଶୁଳ୍କ ଦେବା ନିୟମକୁ ଅନେକ ଲୋକ ବିରୋଧ କରୁଛନ୍ତି।