voter list revision ନବରଙ୍ଗପୁରରେ ଏସ୍ଆଇଆର୍, ୮୦ ଭୋଟରଙ୍କ ତଥ୍ୟରେ ତ୍ରୁଟି ଚିହ୍ନଟ
"ନବରଙ୍ଗପୁର (ସୁରେଶ ନାଇଡ଼ୁ): ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.
ସନ୍ଥ ଗୋପାଳନ ଆଜି (ବୁଧବାର) ନବରଙ୍ଗପୁରକୁ ଦିନକିଆ ଗସ୍ତରେ ଆସି ଏସ୍ଆଇଆର୍, ଇଭିଏମ୍, ଭିଭିପାଟ୍ ଗୋଦାମ ଆଦିର ସମୀକ୍ଷା କରିଛନ୍ତି।
ଏହି ସମୟରେ ସେ ଏସ୍ଆଇଆର୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୮୦ ଭୋଟରଙ୍କ ତ୍ରୁଟି ଚିହ୍ନଟ କରାଯାଇଛି।
ସେମାନଙ୍କ ସଂଶୋଧନ ନିମନ୍ତେ ନୋଟିସ୍ କରାଯିବ।
Advertisment ପ୍ରଥମେ ସ୍ଥାନୀୟ ମାଝିଗୁଡାରେ ଥିବା ଜିଲ୍ଲାର ଇଭିଏମ୍ ଓ ଭିଭି ପାଟ୍ ଗୋଦାମର ତ୍ରୈମାସିକ ମିଳିତ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ଗୋଦାମର ସିଲ୍, ସୁରକ୍ଷା ବ୍ୟବସ୍ଥା, ଓ ସି ସି ଟି ଭି କାର୍ଯ୍ୟକ୍ଷମତା ଯାଞ୍ଚ କରାଯାଇଥିଲା।
ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।
ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି।
ପରେ, ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାର ସ୍ଵତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟାର ସମୀକ୍ଷା କରିଥିଲେ l ଜିଲ୍ଲାର ୪ନିର୍ବାଚନମଣ୍ଡଳୀର ୪ଜଣ ଇଆରଓ , ୨୨ଜଣ ଏଆରଓ, ୧୧୦୫ଜଣ ବୁଥ ଅଧିକାରୀ ଆଦି କାର୍ଯ୍ୟ ପରିଚାଳନା କରୁଛନ୍ତି।
ଜିଲ୍ଲାର ଉମରକୋଟ ନିର୍ବାଚନମଣ୍ଡଳୀରେ ୧,୯୬,୫୭୭ମତଦାତା ରହିଥିବା ବେଳେ ୯୫.୩୫ପ୍ରତିଶତ ଘର ମ୍ୟାପିଂ ସରିଛି।
୧,୭୭,୬୬୩୯ଜଣଙ୍କର ୯୦.୩୭ ପ୍ରତିଶତ ଡିଜିଟାଇଜେସନ୍ ସରିଛି।
ଝରିଗାଁ ନିର୍ବାଚନମଣ୍ଡଳୀରେ ୨,୨୦.୩୦୨ମତଦାତାଙ୍କର ଘର ୯୫.୯୯ମ୍ୟାପିଂ ଓ ୨,୦୫,୨୩୬ଜଣଙ୍କର ଡିଜିଟାଇଜେସନ୍ ୯୩.୧୬ପ୍ରତିଶତ ସରିଛି।
ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ୨,୩୬,୨୨୦ମତଦାତାଙ୍କ ଘର ୯୪.୪୨ପ୍ରତିଶତ ମ୍ୟାପିଂ ଓ ୨,୧୩,୮୬୯ଜଣଙ୍କର ୯୦.୫୪ପ୍ରତିଶତ ଡିଜଟାଇଜେସନ୍ ସରିଛି।
ଡାବୁଗାଁ ନିର୍ବାଚନମଣ୍ଡଳୀରେ ୨.୦୫,୨୨୮ମତଦାତାଙ୍କର ଘର ୯୭.୧୮ପ୍ରତିଶତ ମ୍ୟାପିଂ ସରିଥିବା ବେଳେ ୧.୮୧,୯୬୯ଜଣଙ୍କର ୮୮.୬୬ପ୍ରତିଶତ ଡିଜଟାଇଜେସନ୍ ସରିଛି।
ସେଭଳି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଶତକଡା ୯୨ ଭାଗ ଡିଜିଟାଇଜେସନ୍ ସମ୍ପନ୍ନ ହୋଇଛି l ଜିଲ୍ଲାର ୧୦ବ୍ଲକ, ୨ ପୌରପାଳିକାରୁ ୫୦ହଜାର ଜଣଙ୍କର ବନାନଗତ କିମ୍ବା ଜନ୍ମତାରିଖ ଭଳି ଛୋଟ ବଡ଼ ଭୂଲ ରହିଛି।
୩୦ହଜାର ଲୋକଙ୍କର ବଡ ଭୂଲ ହୋଇଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ।
କଣ କଣ ଭୂଲ ରହିଛି , ପ୍ରତ୍ୟେକଙ୍କୁ ଜଣାଯିବ।
ସେମାନେ ଆସି ସଂଶୋଧନ କରିପାରିବେ , ସେ ସୁଯୋଗ ଦିଆଯିବ ବୋଲି କହିଛନ୍ତି ମୁଖ୍ୟନିର୍ବାଚନଅଧିକାରୀ।
ଆସନ୍ତା ୫ତାରିଖ ଦିନ ଡ୍ରାଫ୍ଟ ପବ୍ଲିକେସନ୍ କରାଯିବ।
ତା ପରେ ମାସକ ଆପତ୍ତି ଅଭିଯୋଗ ପାଇଁ ସମୟ ରହିଛି।
ସେପ୍ଟମ୍ବର ୬ତାରିଖରେ ଫାଇନାଲ ରୋଲ ପ୍ରକାଶ ହେବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ପ୍ରତିନିଧି ପ୍ରମୋଦ ରଥ, ବିଜେପି ଦଳର ପ୍ରତିନିଧି ଭାବେ ସରୋଜ କୁମାର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟା ଡ଼.
ଲିପିକା ମାଝୀ ଏବଂ ପ୍ରଦୀପ କୁମାର ସାହୁ,ପୂର୍ବତନ ଜିଲ୍ଲାସଭାପତି ମୁନା ତ୍ରିପାଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଡ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଡ.
ପ୍ରମୋଦ କୁମାର ପ୍ରୁଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର,ଡେପୁଟି କଲେକଟର ଚିନ୍ମୟ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
"