Payal Rohatagi: ଇମ୍ରାନ ଖାନଙ୍କୁ ପାୟଲଙ୍କ କଡ଼ା ଟାର୍ଗେଟ୍! ‘ବେକାର ଅଭିନେତା କହି ଧୋଇଲେ ପାୟଲ

Oct 16, 2026 - 19:50
Payal Rohatagi: ଇମ୍ରାନ ଖାନଙ୍କୁ ପାୟଲଙ୍କ କଡ଼ା ଟାର୍ଗେଟ୍! ‘ବେକାର ଅଭିନେତା କହି ଧୋଇଲେ ପାୟଲ

"ନୂଆଦିଲ୍ଲୀ:  ଇମ୍ରାନ ଖାନ୍‌ ଜଣେ  ବେକାର ଅଭିନେତା ।

ତାଙ୍କର  କିଛି  କାମ ଧନ୍ଧା ନାହିଁ ।

ବୁଦ୍ଧି ନଥି‌ବା  ଭଳି କାର୍ଯ୍ୟ କରୁଛନ୍ତି ଇମ୍ରାନ ।

ପ୍ରଥମତଃ ଆମେରିକାର ନାଗରୀକ ହୋଇ ଭରତରେ ରହୁଛ ପୁଣି  ଆନ୍ଦୋଳନରେ  ସାମିଲ ହେଉଛ ।

ରାଜନୀତିର ର ଅକ୍ଷର  ଜାଣନ୍ତି ନାହିଁ ।

ଏପରି  ତାଚ୍ଛଲ୍ୟ କରି  ଅମିର ଖାନ୍‌ଙ୍କ ଭଣଜାଙ୍କୁ ଧୋଇଛନ୍ତି ଅଭିନେତ୍ରୀ  ପାୟଲ ରୋହତଗୀ। ।

ଦୀର୍ଘଦିନ ଧରି ପରଦାରୁ ଦୂରେଇ ରହିଥିବା ଅଭିନେତ୍ରୀ ପାୟଲ ରୋହତଗୀ ଏବେ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ହୋଇଥିବା ବିରୋଧ ପ୍ରଦର୍ଶନରେ ଇମ୍ରାନ ସାମିଲ ହୋଇଥିଲେ।

ଅକ୍ଟୋବର ୧୦ ତାରିଖରେ ଏହି ପ୍ରଦର୍ଶନ ସମୟରେ ପୁଲିସ ତାଙ୍କୁ ଅଟକ ରଖିଥିଲା।Advertisment Imran Hasmi: ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତା ଇମ୍ରାନ ହାଶମୀ: "ଗନମାଷ୍ଟର ଜି୯"ର ସୁଟିଂ ସମୟରେ ଓଲଟିଲା ଏସୟୁଭି ଏହାକୁ ନେଇ ପାୟଲ କହିଛନ୍ତି, ଇମ୍ରାନ ଏଭଳି କାର୍ଯ୍ୟ କରିବା ପୂର୍ବରୁ ଭାବିବା ଉଚିତ।

ସେ ଭାରତୀୟ ନାଗରିକ ନୁହନ୍ତି, ବରଂ ଆମେରିକୀୟ ନାଗରିକ ଏବଂ ତାଙ୍କ ପାଖରେ ଓସିଆଇ କାର୍ଡ ରହିଛି।

ଏପରି ସ୍ଥିତିରେ ଭାରତରେ ରହି ଏଭଳି ପ୍ରତିବାଦରେ ସାମିଲ ହେବା ଉଚିତ କି ନୁହେଁ, ତାହା ନେଇ ପାୟଲ ପ୍ରଶ୍ନ ଉଠାଇଛନ୍ତି।

କେବଳ ସେତିକି ନୁହେଁ, କାମ ନଥିବା କିଛି ଅଭିନେତା ପ୍ରଚାର ପାଇବା ଆଶାରେ ଏଭଳି ବିରୋଧ ପ୍ରଦର୍ଶନରେ ସାମିଲ ହେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ତେବେ ଏହା ପାୟଲଙ୍କ ବ୍ୟକ୍ତିଗତ ମତ।

ଏପଟେ ଇମ୍ରାନଙ୍କୁ ନେଇ ଆଉ ଏକ ବଡ଼  ଖବର  ହେଉଛି  ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ୍ ଅଫିସ୍‌  ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଦେଇଥିବା ଖବର ଆସିଛି।

ବିଦେଶୀ ନାଗରିକ ହୋଇ ବିରୋଧ ପ୍ରଦର୍ଶନରେ ଯୋଗଦେବା ଫଳରେ ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରିବାକୁ ଇମ୍ରାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପୂର୍ବରୁ ଖବର ପ୍ରକାଶ ପାଇଥିଲା।

ଅନ୍ୟପଟେ ଆମିର ଖାନ୍‌ଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସୋସିଆଲ ମିଡିଆରେ ଇମ୍ରାନଙ୍କ ଘଟଣାକୁ ନେଇ ପୋଷ୍ଟ କରିଛନ୍ତି।

ତାଙ୍କ ପ୍ରତିକ୍ରିୟା ମଧ୍ୟ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ଇମ୍ରାନ ଖାନ୍‌ଙ୍କୁ ସପୋଟ କରି କିରଣ  ଦୁଇଟି ପ‌ୋଷ୍ଟ କରିଛନ୍ତି ।

ଏବେ ସମସ୍ତଙ୍କ ନଜର ଇମ୍ରାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।

ଏହି ବିବାଦ ଆଗକୁ କେଉଁ ମୋଡ଼ ନେବ, ତାହା ଦେଖିବା ବାକି ରହିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)