Patekar'S Politics: ରାଜନୀତିରୁ ଦୂରେ ରହିଥିଲେ ନାନା ପାଟେକର, ତଥାପି ନେତାଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ

Oct 08, 2026 - 09:44
Patekar'S Politics: ରାଜନୀତିରୁ ଦୂରେ ରହିଥିଲେ ନାନା ପାଟେକର, ତଥାପି ନେତାଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ

"ମୁମ୍ବାଇ: ନାନା ପାଟେକରଙ୍କ ବିୟୋଗ ପରେ ତାଙ୍କ ଅଭିନୟ ଜୀବନ ସହ ରାଜନୀତିଠାରୁ ଦୂରତାର କାହାଣୀ ମଧ୍ୟ ଚର୍ଚ୍ଚାକୁ ଆସିଛି।

ଅନେକ ଅଭିନେତା ଯେଉଁଠି ଲୋକପ୍ରିୟତାକୁ ରାଜନୀତିରେ ବ୍ୟବହାର କରିଛନ୍ତି, ନାନା କିନ୍ତୁ ଏହି ପଥ ବାଛିନଥିଲେ।

୨୦୧୪ରେ ବିଜେପି ତାଙ୍କୁ ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ଲୋକସଭା ନିର୍ବାଚନ ଲଢ଼ାଇବାକୁ ପ୍ରସ୍ତାବ ଦେଇଥିବା ରିପୋର୍ଟ ଥିଲା।

ତଥାପି ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ନାନାଙ୍କ ନିଷ୍ପତ୍ତି ପଛରେ ଥିଲା ତାଙ୍କର ନିଜସ୍ୱ ଚିନ୍ତାଧାରା।

Advertisment ବିଜେପିର ମିଳିଥିଲା ପ୍ରସ୍ତାବ ତାଙ୍କ ମତରେ, ଜଣେ କଳାକାର ଯଦି କୌଣସି ଦଳରେ ଯୋଗ ଦିଅନ୍ତି, ତେବେ ଦଳର ଭୁଲ କାର୍ଯ୍ୟକୁ ମଧ୍ୟ ସମର୍ଥନ କରିବାର ଚାପ ଆସିପାରେ।

ସେ ଏପରି ବନ୍ଧନରେ ରହିବାକୁ ଚାହୁଁନଥିଲେ।

ଏହି କାରଣରୁ ରାଜନୈତିକ ଦଳର ସଦସ୍ୟ ହେବା ଅପେକ୍ଷା ନିଜ ସ୍ୱାଧୀନ ମତ ରଖିବାକୁ ସେ ଅଧିକ ପସନ୍ଦ କରିଥିଲେ।

ନାନା କେବଳ ରାଜନୀତିରୁ ଦୂରେ ରହି ନଥିଲେ ବରଂ ସେ ନିଜ ସାମାଜିକ କାର୍ଯ୍ୟ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ରହିଥିଲେ।

ମକରନ୍ଦ ଅନାସପୁରେଙ୍କ ସହ ମିଶି ସେ "ନାମ୍‌ ଫାଉଣ୍ଡେସନ୍‌" ମାଧ୍ୟମରେ ମହାରାଷ୍ଟ୍ରର କୃଷକ ଓ ମରୁଡ଼ିପ୍ରଭାବିତ ଅଞ୍ଚଳ ପାଇଁ କାମ କରିଥିଲେ।

କୃଷକଙ୍କ ସମସ୍ୟା ଓ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ସେ ଖୋଲାଖୋଲି ମତ ରଖୁଥିଲେ।

ସ୍ୱାଧୀନ ମତ ତେବେ ରାଜନୀତିରୁ ଦୂରେ ରହିବାର ଅର୍ଥ ରାଜନେତାଙ୍କଠାରୁ ମଧ୍ୟ ଦୂରେ ରହିବା ନଥିଲା।

ମହାରାଷ୍ଟ୍ରର ଅନେକ ନେତାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା।

ଏକ ସମୟରେ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ସହ ତାଙ୍କର ଘନିଷ୍ଠତାର ଉଲ୍ଲେଖ ମଧ୍ୟ ମିଳେ।

ବାଲାସାହେବ ଠାକରେଙ୍କ ସହ ମଧ୍ୟ ନାନାଙ୍କ ସମ୍ପର୍କ ଥିଲା ଏବଂ ତାଙ୍କୁ ଠାକରେଙ୍କ ଅସୁସ୍ଥତା ସମୟରେ ବ୍ୟକ୍ତିଗତ ଭାବେ ଭେଟିବାକୁ ଅନୁମତି ମିଳିଥିବା ରିପୋର୍ଟ ରହିଛି।

ଶୋକରେ ବଲିଉଡ୍‌ ଓ ଅଗଣିତ ପ୍ରଶଂସକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)