Paralakhemundi: ପାରଳାଖେମୁଣ୍ଡିରେ ସ୍ୱାଧୀନତା ଦିବସ ପାଳିତ

Aug 15, 2026 - 11:06
Paralakhemundi: ପାରଳାଖେମୁଣ୍ଡିରେ ସ୍ୱାଧୀନତା ଦିବସ ପାଳିତ

"ପାରଳାଖେମୁଣ୍ଡି: ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାମୁହିକ ପରେଡର ଅଭିବାଦନ ଗ୍ରହଣ କରିଥିଲେ।Advertisment ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ଆଲୋକପାତ ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦେଶର ସ୍ୱାଧୀନତା ପାଇଁ ଅମୂଲ୍ୟ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ।

ଏଥିସହ ଗଜପତି ଜିଲ୍ଲାର ଗୌରବମୟ ଇତିହାସ, ପରମ୍ପରା ଓ ବିକାଶର ବିଭିନ୍ନ ଦିଗ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସାହାଇ ମୀନା ଏବଂ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ.

ନାଗରାଜୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।

Odisha High Court: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପଥର ଖଣି ଲିଜ୍ ବାତିଲ ପାଇଁ ଉପଜିଲ୍ଲାପାଳଙ୍କ କ୍ଷମତା ନାହିଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media