ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳନ

Aug 15, 2026 - 11:34
ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳନ

ଶଙ୍ଖ ଭବନରେ ପାଳିତ ହୋଇଛି ସ୍ବାଧୀନତା ଦିବସ। ଆୟୋଜିତ ଉତ୍ସବରେ ପତାକା ଉତ୍ତୋଳନ କରିଥିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳର ବହୁ ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ଓ କର୍ମୀ ଉପସ୍ଥିତ ରହି ଏହି ଦିବସକୁ ପାଳନ କରିଥିଲେ। ପତାକା ଉତ୍ତୋଳନ ପରେ ସମସ୍ତେ ଜନ ଗଣ ମନ ଗାନ କରିଥିଲେ। ପ୍ରଥମେ ଦଳର ନେତା ଓ କର୍ମୀ ବୀରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ସେହିପରି ବନ୍ଦେ ମାତରଂ ଗାନ ବି ପରିବେଷଣ କରାଯାଇଥିଲା। ଏହି ଅବସରରେ ଦେଶର ଓ ରାଜ୍ୟର ବରପୁତ୍ରମାନଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନକୁ ସ୍ମରଣ କରାଯିବା ସହ ସେମାନଙ୍କ ବଳିଦାନକୁ ମନେ ପକାଇଥିଲେ ବିଜୁ ଜନତା ଦଳର ନେତା ଓ କର୍ମୀ। ସେପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା। ବିଜେପି ସରକାର ଯେଉଁ ତ୍ରୁଟି କରିଛି, ତାକୁ ସୁଧାରନ୍ତୁ। ପୂର୍ବରୁ ଯେପରି ଓଡ଼ିଶା ସବୁଠାରେ ପ୍ରଶଂସିତ ହେଉଥିଲା, ବିକାଶ ଧାରା ଚାଲୁଥିଲା, ତାକୁ ସରକାର ବଜାୟ ରଖନ୍ତୁ ବୋଲି କହିଛନ୍ତି ବିଜେଡି ନେତା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media