Pandit Nilakantha Das: ଆଜି ଜନ୍ମଦିନ: ପଣ୍ଡିତ ନୀଳକଣ୍ଠ ଦାସ

Aug 05, 2026 - 07:45
Pandit Nilakantha Das: ଆଜି ଜନ୍ମଦିନ: ପଣ୍ଡିତ ନୀଳକଣ୍ଠ ଦାସ

"ପଣ୍ଡିତ ନୀଳକଣ୍ଠ ଦାସ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ଓଡ଼ିଶାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସାହିତ୍ୟିକ ଜୀବନକୁ ସମୃଦ୍ଧ କରିଥିଲେ।

ସେ ଏକାଧାରରେ ଜଣେ ବାଗ୍ମୀ, ଶିକ୍ଷାବିତ୍, କବି, ସମୀକ୍ଷକ, ପ୍ରାବନ୍ଧିକ, ସ୍ବାଧୀନତା ସଂଗ୍ରାମୀ, ଶିଶୁ ସାହିତ୍ୟିକ, ବ୍ୟବସ୍ଥାପକ ଓ ରାଜନେତା ଥିଲେ।

୧୮୮୪ ମସିହା ଅଗଷ୍ଟ ମାସ ଆଜି ଦିନରେ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରରେ ନୀଳକଣ୍ଠ ଜନ୍ମଗ୍ରହଣ କରିଥିଲେ।

ସେ ଥିଲେ ଆଜନ୍ମ ବିପ୍ଳବୀ ଓ ସଂସ୍କାରବାଦୀ।

ନବମ ଶ୍ରେଣୀରେ ପଢ଼ିବା ବେଳେ ଓଡ଼ିଶାର ଦୁର୍ଗତି ଦେଖି ସେ ଏହାର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାର ଶପଥ ନେଇଥିଲେ।

ଅଛୁଆଁ ଭେଦଭାବ ଓ ବିଭିନ୍ନ ସାମାଜିକ କୁସଂସ୍କାରକୁ ନୀଳକଣ୍ଠ ଘୋର ବିରୋଧ କରୁଥିଲେ।

ଅଗାଧ ଜ୍ଞାନ ପାଇଁ ତାଙ୍କୁ ଜୀବନ୍ତ ଜ୍ଞାନକୋଷ ବୋଲି କୁହାଯାଉଥିଲା।Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନଶିକ୍ଷକ ରହି ସେ ଏହାକୁ ଆଦର୍ଶ ବିଦ୍ୟାଳୟ ରୂପେ ଗଢ଼ିତୋଳିଥିଲେ।

ଏହି ବିଦ୍ୟାଳୟଟି ପରବର୍ତ୍ତୀ ସମୟରେ ସମାଜ ସଂସ୍କାର ଓ ରାଜନୈତିକ କାର୍ଯ୍ୟକଳାପର ପ୍ରାଣକେନ୍ଦ୍ର ପାଲଟିଥିଲା।

ନୀଳକଣ୍ଠ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇ ବହୁ ବାର କାରାବରଣ କରିଥିଲେ।

ଓଡ଼ିଆକୁ ସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ମିଳିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।

ସେ ଦୁଇ ଥର ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଥିଲେ ଏବଂ ପରେ ଦଳ ଛାଡ଼ିଥିଲେ।

୧୯୫୫ରେ ପୁଣି କଂଗ୍ରେସରେ ଯୋଗ ଦେଇ ସତ୍ୟବାଦୀ ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବାଚସ୍ପତି ହୋଇଥିଲେ।

ସେ ନବଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି ଥିଲେ।

୧୯୬୦ରେ ତାଙ୍କୁ "ପଦ୍ମଭୂଷଣ" ସମ୍ମାନ ପ୍ରଦାନ କରାଯାଇଥିଲା।

୧୯୬୭ ନଭେମ୍ବର ୬ ତାରିଖରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ହୋଇଥିଲା।

Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।