05 AUGUST 2026

Welcome!

Unlock your personalized experience.
Sign Up

Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ସ୍କାନର୍‌ରେ ୨୪୦ ଜଣ, କ୍ରାଇମବ୍ରାଞ୍ଚର ତାଲିକା ପ୍ରସ୍ତୁତି ଶେଷ

Aug 05, 2026 - 02:33
Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ସ୍କାନର୍‌ରେ ୨୪୦ ଜଣ, କ୍ରାଇମବ୍ରାଞ୍ଚର ତାଲିକା ପ୍ରସ୍ତୁତି ଶେଷ

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଆଜି ବଡ଼ ବୟାନ ଦେଇଛନ୍ତି। ସମ୍ପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଣେ କିମ୍ବା ଦୁଇଜଣ ନୁହନ୍ତି, ୨୪୦ ଜଣ ସାମିଲ ରହିଛନ୍ତି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପୁସ୍ତକ ପ୍ରସ୍ତୁତିଠାରୁ ଆରମ୍ଭ କରି ଡିଟିପି ଓ ଡିଜାଇନ୍‌, ଛପାଯିବା, ପ୍ରକାଶନ, ବଣ୍ଟନ ପରି ବହୁତ ବଡ଼ ପ୍ରକ୍ରିୟା ହୋଇଥିବାରୁ ତାହାର ଯାଞ୍ଚ କରିବାକୁ ସମୟ ଲାଗୁଛି। ବିଭିନ୍ନ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର କେଉଁଭଳି ଭୂମିକା ରହିଥିଲା ତାହାର ମଧ୍ୟ ଅନୁଧ୍ୟାନ ଚାଲିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍‌ ଗୋଟିଏ ଗୋଟିଏ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଥିବା ସମ୍ପର୍କରେ ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...

ଏବେ ପାଠ୍ୟପୁସ୍ତକ ତ୍ରୁଟି ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ପୂର୍ବରୁ କେବଳ ଗଣଶିକ୍ଷା ବିଭାଗ ଓ ଏହା ଅଧୀନ ତିନିଟି ସଂସ୍ଥା ଯଥା ଶିକ୍ଷକ
 ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆରଟି), ଓସେପା ଓ ଟିବିପି ଆଣ୍ଡ୍‌ ଏମ୍‌ ଉପରେ ସନ୍ଦେହ ଉପୁଜିଥିଲା। ମାତ୍ର ଏବେ କ୍ରାଇମବ୍ରାଞ୍ଚ ଡିଜିଙ୍କ ମନ୍ତବ୍ୟ ପରେ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଗିରଫ ହୋଇଛନ୍ତି। ତାଙ୍କ ଅବହେଳା ଯୋଗୁଁ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ପ୍ରକାଶନ ଓ ବଣ୍ଟନ ହୋଇଥିଲା, ଯେଉଁଥିପାଇଁ ରାଜ୍ୟ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଥିଲା। ମନୋଜଙ୍କ ଗିରଫ ପରେ ଏସ୍‌ସିଇଆର୍‌ଟିର ଅନ୍ୟ ଦୁଇଜଣ ଅଧିକାରୀ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗୋଟିଏ ପଟେ ବିରୋଧୀ ଦଳଗୁଡ଼ିକ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରୁଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କା କ୍ଷତି ପଛରେ କ’ଣ କେବଳ ମନୋଜ ପାଢ଼ୀ ଅଛନ୍ତି ନା ଆଉ କିଏ ତାହାକୁ ନେଇ ପ୍ରଶ୍ନ ଉଠୁଛି। ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ବିଷୟ ବିଶେଷଜ୍ଞ, ସଂଯୋଜକ, ମୁଖ୍ୟ ସଂଯୋଜକ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି କି ନାହିଁ ତାହାକୁ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରୁଛି।

Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍

ଯଦି ଦେଖାଯାଏ ପ୍ରତି ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ୭ରୁ ୮ଜଣ ସମ୍ପାଦନା ମଣ୍ଡଳୀରେ ରହିଥିବା ବେଳେ ସମୀକ୍ଷକ ମଣ୍ଡଳୀରେ ୪ରୁ ୫ ଜଣ, ବି‌ଷୟ ବିଶେଷଜ୍ଞ ଭାବେ ୨ରୁ ୩ ଜଣ ରହିଥିଲେ। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୫୫ଟି ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଛି। ସେହି ହିସାବରେ ଦେଖିଲେ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ସାମିଲ ରହିଥିଲେ। ଯେଉଁମାନଙ୍କ ତାଲିକା ଏବେ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଛି। କେତେଜଣ ବ୍ୟକ୍ତିବିଶେଷ ଏକାଧିକ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ସାମିଲ ହୋଇଥିବା ମଧ୍ୟ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟରୁ ଜବତ କରି ନେଇଥିବା‌ ୫୫ଟି ବହିକୁ ଅନୁଧ୍ୟାନ କରିବା ପରେ ଏଭଳି ତଥ୍ୟ ସାମନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।