Chess: ପିଲାଙ୍କୁ ଚେସ୍‌ ଖେଳିବାକୁ ଦିଅନ୍ତୁ

Aug 05, 2026 - 04:30
Chess: ପିଲାଙ୍କୁ ଚେସ୍‌ ଖେଳିବାକୁ ଦିଅନ୍ତୁ

"ଚେସ୍‌ ଏକ ବୌଦ୍ଧିକ କସରତ ହେଉଥିବା ଖେଳ।

ଏଥିରେ ମସ୍ତି‌ଷ୍କ ଶକ୍ତିର ବ୍ୟବହାର ହୋଇଥାଏ।

ଏହି କାରଣରୁ ଅନେକ ଲୋକ ବିଶ୍ବାସ କରନ୍ତି ଯେ, ଚେସ୍‌ ଖେଳିବା ଦ୍ବାରା ପିଲାଙ୍କ ମସ୍ତିଷ୍କ ତୀକ୍ଷ୍‌ଣ ହୁଏ।

ଅନେକ ଅଭିଭାବକ ମଧ୍ୟ ଚାହାନ୍ତି ଯେ, ସେମାନଙ୍କ ପିଲା ଚେସ୍‌ ଖେଳନ୍ତୁ, ଯାଦ୍ବାରା ସେମାନଙ୍କର ଚିନ୍ତା କରିବା ଓ ବୁଝିବା ଶକ୍ତି ବୃଦ୍ଧି ପାଇବ।

ଡାକ୍ତର ମଧ୍ୟ କହନ୍ତି, ଚେସ୍‌ ଖେଳିବା ସମୟରେ ପ୍ରତ୍ୟେକ ଗୋଟିର ଚଳନକୁ ବହୁତ ଚିନ୍ତା କରି ଚଲେଇବାକୁ ପଡ଼ିଥାଏ।

ସେମାନଙ୍କୁ ଏହା ମଧ୍ୟ ଚିନ୍ତା କରିବାକୁ ପଡ଼େ ଯେ, ବିପକ୍ଷ ଖେଳାଳିଙ୍କ ପରବର୍ତ୍ତୀ ଚାଲ୍‌ କ"ଣ ହେବ?

ଏହାଦ୍ବାରା ପିଲାମାନେ ତରବରିଆ ନିଷ୍ପତ୍ତି ନ ନେଇ ପ୍ରଥମେ ଚିନ୍ତା କରିବା ଶିଖନ୍ତି।

ଏହାଦ୍ବାରା ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାର ଅଭ୍ୟାସ ହୁଏ।Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ଚେସ୍ ଖେଳିବା ସମୟରେ ପିଲାଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଖେଳ ଉପରେ ରହିଥାଏ।

କାରଣ ଅଳ୍ପ ସମୟ ପାଇଁ ମଧ୍ୟ ଧ୍ୟାନ ଭଙ୍ଗହେଲେ, ଖେଳ ହାରିଯିବାର ଆଶଙ୍କା ଥାଏ।

ତେଣୁ ଏହି ଖେଳ ପିଲାଙ୍କ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ।

ଏହାର ଫାଇଦା ପାଠପଢ଼ା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମିଳିପାରେ।

ଚେସ୍ ଖେଳିବା ସମୟରେ ପିଲାଙ୍କୁ ଅନେକ ଚାଲ୍‌, ନିୟମ ଓ ଭିନ୍ନ ଭିନ୍ନ କୌଶଳ ମନେ ରଖିବାକୁ ପଡ଼େ।

ଏହାଦ୍ୱାରା ସେମାନଙ୍କ ମସ୍ତିଷ୍କ ଲଗାତାର କାର୍ଯ୍ୟ କରେ।

ଫଳରେ ସ୍ମୃତିଶକ୍ତି ବୃଦ୍ଧିପାଏ।

ଏହାସହିତ ପିଲାମାନେ ନୂତନ ଜିନିଷ ଶିଖିବାକୁ ମଧ୍ୟ ଆଗ୍ରହୀ ହୋଇଥାନ୍ତି।

ଚେସ୍‌ରେ ପ୍ରତିଥର ଜିତିବା ସମ୍ଭବ ନୁହେଁ।

ଅନେକ ସମୟରେ ପରାଜୟର ସାମ୍ନା କରିବାକୁ ପଡ଼େ।

ଡାକ୍ତରମାନେ କହନ୍ତି, ପରାଜୟରୁ ପିଲାମାନେ ନିଜ ଭୁଲ୍‌କୁ ବୁଝିବା ଶିଖନ୍ତି।

ସେମାନେ ପରବର୍ତ୍ତୀ ସମୟରେ ଭଲ ଖେଳିବାକୁ ଚେଷ୍ଟା କରନ୍ତି।

ମନେରଖନ୍ତୁ, ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ନିଦ, ସଠିକ୍ ଖାଦ୍ୟପେୟ, ପ୍ରତିଦିନ ଖେଳକୁଦ ସାଙ୍ଗକୁ ପାଠପଢ଼ା ମଧ୍ୟ ଜରୁରି।

ଏସବୁ ଜିନିଷ ଏକାଠି ମିଳିଲେ, ପିଲାଙ୍କ ମସ୍ତିଷ୍କ ଉପଯୁକ୍ତ ଭାବେ ବିକଶିତ ହୋଇଥାଏ।

Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।