President: ଆଶା ଓ ଆସ୍ଥାର ଯାତ୍ରାରେ ରାଷ୍ଟ୍ରପତି: ତପ୍ତପାଣିରେ ବୁଡ଼, ମା’ କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା

Aug 05, 2026 - 02:33
President: ଆଶା ଓ ଆସ୍ଥାର ଯାତ୍ରାରେ ରାଷ୍ଟ୍ରପତି: ତପ୍ତପାଣିରେ ବୁଡ଼, ମା’ କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା

"ବ୍ରହ୍ମପୁର/ପାଟପୁର: ସାଧାରଣ ଯାତ୍ରୀ ଭଳି ରେଳରେ ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସୁରକ୍ଷିତ ରେଳଯାତ୍ରା ପ୍ରତି ବିଶ୍ବାସ ଜନ୍ମାଇଲେ।

ଚିଲିକାର ନୀଳ ଜଳରାଶି, ସବୁଜ ଧାନକ୍ଷେତ, ଘଞ୍ଚ ବନାନୀ ଓ ଗ୍ରାମୀଣ ଜୀବନ ଭିତରେ ପ୍ରକୃତି ଆଜି ଯେମିତି ନିଜେ ସ୍ବାଗତ କରିଥିଲା ଦେଶର ପ୍ରଥମ ନାଗରିକଙ୍କୁ।

ସଅଳ ଉଠିଯାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଥିଲା ବ୍ରହ୍ମପୁର ସହର।

ଲୋକେ ରେଳଷ୍ଟେସନ୍‌ ପାଖରେ ଭିଡ଼ ଜମାଇଥିଲେ।

ପୂର୍ବାହ୍ଣ ୧୧ଟା ୧୦ରେ ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ସ୍ବତନ୍ତ୍ର ଟ୍ରେନ୍‌।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେହି ଟ୍ରେନ୍‌ରୁ ଓହ୍ଲାଇଥିଲେ।

Advertisment Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ ବ୍ରହ୍ମପୁର ରେଳଷ୍ଟେସନ୍‌ରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଏମ୍‌ଏସ୍‌ଏମ୍‌ଇ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଆର୍‌ଡିସି ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର, ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ୍‌ ଓ ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍‌ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।

୧୩ଟି ସାଂସ୍କୃତିକ ଦଳ ପକ୍ଷରୁ ଓଡ଼ିଶୀ, ଘଣ୍ଟମୃଦଙ୍ଗ, କାଠପାଦ ନୃତ୍ୟ, କଣ୍ଢେଇ ନାଚ, ପଶୁମୁଖା ନାଚ, ଯୋଡ଼ିଶଙ୍ଖ ଓ ରଣପା ଭଳି ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।

ରାଷ୍ଟ୍ରପତିଙ୍କ କାରକେଡ୍‌ ପୂର୍ବାହ୍ଣ ୧୧ଟା ୨୦ରେ ବ୍ରହ୍ମପୁର ଷ୍ଟେସନ୍‌ ଛାଡ଼ି ତପ୍ତପାଣି ଅଭିମୁଖେ ବାହାରିଥିଲା।

ସ୍ଥାନୀୟ ମୀନାକ୍ଷୀନଗର ଠାରେ ଅପେକ୍ଷାରତ କୁନି ପିଲାଙ୍କୁ ଦେଖି ରାଷ୍ଟ୍ରପତି ପ୍ରୋଟୋକଲ୍‌ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ଚକୋଲେଟ୍‌ ବାଣ୍ଟିଥିଲେ।

ତପ୍ତପାଣିରେ ବୁଡ଼, ମା" କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନାପ୍ରୋଟୋକଲ୍‌ ଭାଙ୍ଗି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଲେଆର୍ମି ଏଡି କଲେଜରେ ରାତ୍ରିଯାପନ ତପ୍ତପାଣି ପାନ୍ଥନିବାସ ଠାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଗଞ୍ଜାମ ଏସ୍‌ପି ହରୀଶ ବିସି ଓ ଜିଲ୍ଲା ପରିଷଦ ସିଡିଓ ସମୀର କୁମାର ଜେନା ସ୍ବାଗତ କରିଥିଲେ।

ତପ୍ତପାଣିରେ ବୁଡ଼ ପରେ ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ଓ ଆଶାର ପ୍ରତୀକ ମା" କନ୍ଧୁଣୀ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମା"ଙ୍କ ଦିବ୍ୟ ଆଳତିରେ ସାମିଲ ହୋଇ ମହାଦେବଙ୍କ ଦର୍ଶନ କରିଥିଲେ।

ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ, ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ଓ ଭକ୍ତିମୟ ପରିବେଶରେ ସ୍ଥାନୀୟ ଆଦିବାସୀ ଶ୍ରଦ୍ଧାର ସହ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଦୃଶ୍ୟ ଅତି ଆକର୍ଷଣୀୟ ଥିଲା।

ତପ୍ତପାଣିରୁ ରାଷ୍ଟ୍ରପତି ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜକୁ ଫେରିଥିଲେ।

ସେଠାରେ ରାତ୍ରିଯାପନ ସହ ଆସନ୍ତାକାଲି ପୂର୍ବାହ୍ଣରେ ସେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...

ରାଷ୍ଟ୍ରପତିଙ୍କ ଏହି ଗସ୍ତ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନଥିଲା।

ବରଂ ଏହା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ବିକାଶ ଏବଂ ଜନଜାତି ସମୁଦାୟ ଲାଗି ଆସ୍ଥା ଓ ଆଶାର ଯାତ୍ରା ପାଲଟିଥିଲା।

ରାଷ୍ଟ୍ରପତିଙ୍କ ତପ୍ତପାଣି ପୀଠରେ ଦର୍ଶନ ପରେ ଏହା ଅନ୍ତର୍ଜାତୀୟସ୍ତରରେ ବେଶ୍ ସୁଖ୍ୟାତି ଅର୍ଜନ କରିବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି।

ଏହି ୨ ଦିନିଆ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୫୦ରୁ ଅଧିକ ମାଜିଷ୍ଟ୍ରେଟ୍‌, ୫୦୦ରୁ ଅଧିକ କର୍ମଚାରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ନିରନ୍ତର କାମ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।