Deepfake videos: ଡିପ୍‌ଫେକ୍‌ ଭିଡିଓ ପାଇଁ ଚିନ୍ତାରେ

Aug 05, 2026 - 07:45
Deepfake videos: ଡିପ୍‌ଫେକ୍‌ ଭିଡିଓ ପାଇଁ ଚିନ୍ତାରେ

"ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ସେଲିବ୍ରିଟିଙ୍କ ପାଇଁ ନୂଆ ଧରଣର ମୁଣ୍ଡବ୍ୟଥାର କାରଣ ସାଜିଛି।

ମୁଖ୍ୟତଃ ଅଭିନେତ୍ରୀଙ୍କ ପାଇଁ ଡିପ୍‌ଫେକ୍‌ ଭିଡିଓ ବଡ଼ ସମସ୍ୟା ଭାବେ ଉଭା ହୋଇଛି।

ମୃଣାଳ ଠାକୁର ଏହା ବିରୋଧରେ ଏବେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ସେ ସାମାଜିକ ଗଣମାଧ୍ୟମରେ ଚେତାବନୀ ଜାରି କରି ଲେଖିଛନ୍ତି ଯେ ତାଙ୍କ ରୂପର ଅପବ୍ୟବହାର କରି ଡିପ୍‌ଫେକ୍‌ ଚିତ୍ର ବା ଭିଡିଓ ପ୍ରସ୍ତୁତ କରୁଥିବା ଲୋକଙ୍କ ପ୍ରତି ସେ ଆଉ ସହନଶୀଳ ଆଚରଣ ପ୍ରଦର୍ଶନ କରିବେ ନାହିଁ।

ତାଙ୍କ ପରି ଦିଶୁଥିବା କୌଣସି ବି ଡିପ୍‌ଫେକ୍‌ କଣ୍ଟେଣ୍ଟ ପ୍ରସ୍ତୁତ ବା ପ୍ରସାରଣ କରିବା ବେଆଇନ ଓ ଗ୍ରହଣୀୟ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି।

ଆଗକୁ ଏପରି କଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥିର କରିଛନ୍ତି।Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ନିକଟ ଅତୀତରେ ସେଲିବ୍ରିଟିମାନଙ୍କର ଅନେକ ଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଆସିଛି ଯେଉଁଗୁଡ଼ିକ ଅଶ୍ଳୀଳତାରେ ପରିପୂର୍ଣ୍ଣ ।

ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, ଆଲିୟା ଭଟ୍ଟ ଓ ରଣବୀର ସିଂହ ଏଭଳି ଏଆଇ-ପ୍ରସୂତ ନକଲି ଚିତ୍ର ଓ ଭିଡିଓର ଶିକାର ହୋଇସାରିଛନ୍ତି।

ମୃଣାଳ ଏଆଇ ପ୍ରଯୁକ୍ତିର ଅପବ୍ୟବହାର ବିରୋଧରେ ଚେତାବନୀ ଦେବା ପରେ ସ୍ଥିତି କେତେ ବଦଳୁଛି ତାହା ଦେଖିବାକୁ ରହିଲା।

ଉଲ୍ଲେଖଯୋଗ୍ୟ ଯେ ମୃଣାଳ ଶେଷ ଥର "ହୈ ଜଵାନୀ ତୋ ଇସ୍କ ହୋନା ହୈ" ଚଳଚ୍ଚିତ୍ରରେ ଦେଖା ଦେଇଥିଲେ।

ଆଗକୁ ତାଙ୍କର "ପୂଜା ମେରି ଜାନ୍‌" ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି।

Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।