Panchuka: ଆରମ୍ଭ ହେଲା ପଞ୍ଚୁକ: ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Nov 21, 2026 - 09:29
Panchuka: ଆରମ୍ଭ ହେଲା ପଞ୍ଚୁକ: ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ।

ଏହି ପବିତ୍ର ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ।

ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ଏହି ବେଶକୁ ଠିଆକିଆ ବେଶ ବୋଲି ମଧ୍ୟ କୁହାଯାଏ।

ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି।

Advertisment ଠିଆକିଆ ବେଶରେ ମହାପ୍ରଭୁ ପଞ୍ଚୁକର ପ୍ରଥମ ଦିନରେ ଶ୍ରୀଜିଉମାନଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ।

ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ସୁନା ଓ ବିଭିନ୍ନ ପାରମ୍ପରିକ ଅଳଙ୍କାରରେ ସଜ୍ଜିତ କରାଯାଏ।

ଏହି ବେଶରେ ଶ୍ରୀଜିଉମାନେ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି।

ମସ୍ତକରେ ସୁବର୍ଣ୍ଣ କିରୀଟ ବା ଠିଆକିଆ ଲାଗି ହେଉଥିବାରୁ ଏହି ବେଶର ନାମ ଠିଆକିଆ ବେଶ ହୋଇଛି।

ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରିବାକୁ ଭକ୍ତମାନେ ବର୍ଷସାରା ଅପେକ୍ଷା କରିଥାନ୍ତି।

ସ୍ୱତନ୍ତ୍ର ନୀତିକାନ୍ତି କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋରରୁ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା।

ଏହାପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ଏଥିସହ ସ୍ୱତନ୍ତ୍ର ବାଳଧୂପ ନୀତି ମଧ୍ୟ କରାଯାଇଥିଲା।

ପରମ୍ପରା ଅନୁଯାୟୀ, ନୀତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀଜିଉମାନଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଥିଲା।

ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି।

ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି।

ବାହାରକାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ କରୁଛନ୍ତି।

ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

Dev Utthani Ekadashi: ଜାଣନ୍ତୁ ଦେବଉଠନୀ ଏକାଦଶୀ ବ୍ରତକଥା: ଭକ୍ତର ଡାକ ଶୁଣି ଭୋଜନ କରିବାକୁ ଆସିଥିଲେ ସ୍ୱୟଂ ଭଗବାନ ବିଷ୍ଣୁ ଚଳିତ ବର୍ଷ ଚାରି ଦିନ ପାଳନ ହେବ ପଞ୍ଚୁକ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପାରମ୍ପରିକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ପାଳନ ହେଉଛି ପଞ୍ଚୁକ।

ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ଦୁର୍ଲଭ ବେଶ ଅନୁଷ୍ଠିତ ହେବ।

ଏହି ପବିତ୍ର ଅବସରରେ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇଥାଏ।

ମହାପ୍ରଭୁଙ୍କ ଦର୍ଶନ ସହ ପଞ୍ଚୁକ ବ୍ରତ ପାଳନ କରି ଭକ୍ତମାନେ ଆଧ୍ୟାତ୍ମିକ ପୁଣ୍ୟ ଲାଭର କାମନା କରିଥାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)