Pakistan's Punjab: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ବିବାଦ

Sep 01, 2026 - 12:03
Pakistan's Punjab: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ବିବାଦ

"ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି।

ନାରୋୱାଲ ଜିଲ୍ଲାର ସିରାଜ ଗାଁରେ ପ୍ରାୟ ୧,୦୦୦ବର୍ଗ ମିଟର ଜମିରେ ନିର୍ମିତ ଏହି ମନ୍ଦିରଟି ୧୨୫ ବର୍ଷ ପୁରୁଣା ବୋଲି କୁହାଯାଉଛି।

ସ୍ଥାନୀୟ ଲୋକ,ସଂଖ୍ୟାଲଘୁ ସଂଗଠନ ଏବଂ ପାକିସ୍ତାନ ମାସିହା ମିଲ୍ଲତ ପାର୍ଟି (ପିଏମଏମପି) ଅଭିଯୋଗ କରିଛନ୍ତି ଯେ, ମୌଳବାଦୀ ନିକଟସ୍ଥ ଏକ ମଦ୍ରାସା ପାଇଁ ମନ୍ଦିରର ଜମି ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୨୧ ତାରିଖରେ ମନ୍ଦିରକୁ ଭାଙ୍ଗି ଦେଇଥିଲେ।

Advertisment ତେବେ ସରକାରୀ ଅଧିକାରୀମାନେ ସଫେଇ ଦେଇ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଜୀର୍ଣ୍ଣଶୀର୍ଣ୍ଣ ହୋଇଥିବା ମନ୍ଦିରଟି ଭୁଶୁଡ଼ି ପଡ଼ିଛି।ପିଏମଏମପିର ଅଧ୍ୟକ୍ଷ ଅସଲମ୍ ପରଭେଜ ସହୋତ୍ରା ପଞ୍ଜାବ ସରକାରଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଏବଂ ମନ୍ଦିରର ପୁନଃନିର୍ମାଣ ଦାବି କରିଛନ୍ତି।

ସେ କହିଛନ୍ତି, ଅଗଷ୍ଟ ୨୮ ତାରିଖରେ ପଞ୍ଜାବର ଅତିରିକ୍ତ ଗୃହ ସଚିବଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।

ସହୋତ୍ରାଙ୍କ ଅନୁଯାୟୀ, ମନ୍ଦିର ଭୁଶୁଡ଼ିବା ପରେ, ଏହାର ଶିଳାଖଣ୍ଡର ଧାତୁ ଫିଟିଂ, ଇଟା ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବାହାର କରାଯାଇଥିଲା।

ସେ ଦାବି କରିଛନ୍ତି, ମନ୍ଦିରର ସଂଲଗ୍ନ ଜମି ପୂର୍ବରୁ ଏକ ମଦ୍ରାସା ନିର୍ମାଣ ପାଇଁ ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ଦ୍ୱାରା ଲିଜ୍ ଦିଆଯାଇଥିଲା।

ଭଡା ନ ଦିଆଯିବା ଏବଂ ଜମିକୁ ଏହାର ଉଦ୍ଦେଶ୍ୟ ପାଇଁ ବ୍ୟବହାର ନ କରାଯାଇ ନଥିବା ଯୋଗୁଁ ଏହି ଲିଜ୍ ବାତିଲ କରାଯାଇଥିଲା।

ସହୋତ୍ରା କହିଛନ୍ତି, ଇଟିପିବିର ସିଆଲକୋଟ ଡେପୁଟି ପ୍ରଶାସକ ୨୯ ଜାନୁଆରି ୨୦୨୬ରେ ଲିଜ୍ ବାତିଲ, ବେଆଇନ ଦଖଲକାରୀଙ୍କୁ ବହିଷ୍କାର ଏବଂ ସମ୍ପତ୍ତି ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେ ଅଭିଯୋଗ କରିଛନ୍ତି ଯେ, ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ।

ସେ ଦାବି କରିଛନ୍ତି, ତେହେରିକ୍-ଏ-ଲବୈକ୍ ପାକିସ୍ତାନ (ଟିଏଲପି) ମନ୍ଦିରକୁ ଭାଙ୍ଗି ଏହାର ଜମିକୁ ମଦ୍ରାସା କମ୍ପ୍ଲେକ୍ସରେ ସାମିଲ କରିଛି।

ତେବେ ଏହି ଅଭିଯୋଗ ନିଶ୍ଚିତ ହୋଇନାହିଁ।

ପିଏମଏମପି ଦାବି କରିଛି, ପଞ୍ଜାବ ସରକାର ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରନ୍ତୁ ଏବଂ ପଞ୍ଜାବରେ ହିନ୍ଦୁ ମନ୍ଦିର, ଶିଖ ଗୁରୁଦ୍ୱାର ଏବଂ ଖ୍ରୀଷ୍ଟିଆନ ଚର୍ଚ୍ଚଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରନ୍ତୁ।

ଇଟିପିବିର ବରିଷ୍ଠ ଅଧିକାରୀ ରାଣା ଇଫତିଖାର ମନ୍ଦିର ୧୨୫ବର୍ଷ ପୁରୁଣା ବୋଲି ନିଶ୍ଚିତ କରିଛନ୍ତି, କିନ୍ତୁ ଏହାକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ତାଙ୍କ ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ପୁରୁଣା ମନ୍ଦିର ଭୁଶୁଡ଼ି ପଡ଼ିଛି।

ସେ ଏହା ମଧ୍ୟ କହିଛନ୍ତି ଯେ ମନ୍ଦିର ଜମି କାହାକୁ ଲିଜ୍ ଦିଆଯାଇ ନାହିଁ।

ହିନ୍ଦୁ ସମ୍ପ୍ରଦାୟ ନେତା ରତନ ଲାଲ ମଧ୍ୟ ମନ୍ଦିରକୁ ସୁରକ୍ଷା ଦେବାରେ ପ୍ରଶାସନର ବିଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାର ପୁନଃନିର୍ମାଣ ଦାବି କରିଛନ୍ତି।

ସେ କହିଛନ୍ତି, ମଦ୍ରାସା ଯୋଗୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ମନ୍ଦିର ସ୍ଥଳକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି।

ନୁୱାକୋଟର ଗୋଟିଏ ଘରୁ ଉଦ୍ଧାର ହେଲା ୨୩ ମୃତଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)