Death: ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ

Sep 01, 2026 - 12:19
Death: ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ

"ମାଲକାନଗିରି: ଖାପ ପଞ୍ଚାୟତରେ ମାଡ଼ ଓ ୪୫ ହଜାର ଟଙ୍କା ଜରିମାନା।

ପରେ ଯୁବକଙ୍କ ଆତ୍ମହତ୍ୟା ।

ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଏମ୍ଭି -୯୨ ଗାଁରୁ ।

ଗାଁର ସାଗର ସରକାର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗତ କିଛି ଦିନ ପୂର୍ବରୁ କଲିକତାରେ କାମ କରିବା ସମୟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ନିଜ ଗାଁକୁ ଆଣିଥିଲେ।

Advertisment ଗାଁ ଲୋକଙ୍କ ପାଖରେ ଖବର ପହଞ୍ଚିବା ପରେ ଗାଁ କମିଟି ଏକ କଙ୍ଗାରୁ କୋର୍ଟ କରି ସାଗର ଓ ତାଙ୍କ ବାପା ରବି ସରକାରଙ୍କୁ ଡାକିଥିଲେ ।

କଙ୍ଗାରୁ କୋର୍ଟରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ଆଣିଥିବାରୁ ସାଗରଙ୍କୁ ଗାଁ କମିଟି ସଦସ୍ୟ ମାଡ଼ ମାରିବା ସହ ୪୫ ହଜାର ଟଙ୍କା ଜରିମାନା ପକାଇଥିଲେ ଓ ଉକ୍ତ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ସହ ପଠାଇଦେଇଥିଲେ।

ମାଲକାନଗିରି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ଗାଁ କମିଟିରେ ମାଡ଼ ଓ ଜରିମାନା ପକାଇବା ଘଟଣାକୁ ସହ୍ୟ ନ କରି ପାରି ସାଗର ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାଗରଙ୍କ ପରିବାର ଲୋକେ।

ଗାଁ କମିଟି ସଭାପତି ଏହାକୁ ଖଣ୍ଡନ କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ଶବକୁ ଜବତ କରି ତଦନ୍ତ ଆରମ୍ଭ କରାଯାଇଛି।

ତେବେ ମାଲକାନଗିରି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Theft: ମା' ନାରାୟଣୀଙ୍କ ମନ୍ଦିରରୁ ଚୋରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)