Pakistan: ପାକିସ୍ତାନ କ୍ରିକେଟ: ଉଠିଲେ ବାବର, ଖସିଲେ ରିଜୱାନ

Nov 22, 2026 - 14:21
Pakistan: ପାକିସ୍ତାନ କ୍ରିକେଟ: ଉଠିଲେ ବାବର, ଖସିଲେ ରିଜୱାନ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡରେ କେତେବେଳେ କଣ ହେବ କହିବା ବଡ ମୁସ୍କିଲ | କେତେବେଳେ କେଉଁ ଖେଳାଳି ରହିବେ, କିଏ ବିଦା ହେବେ ତାହା ଖୋଦ ପାକିସ୍ତାନ ଜନତା ବି ଜାଣିପାରୁନାହାନ୍ତି | ବାସ୍ତବରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ୨୦୨୬-୨୭ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ପାଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛି।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ଏବେ ଦୁଇ ଜଣାଶୁଣା କ୍ରିକେଟରଙ୍କୁ ବାଦ ଦିଆଯାଇଛି | ପାକିସ୍ତାନ କ୍ରିକେଟର ମହମ୍ମଦ ରିଜୱାନ ଓ ସୈମ ଆୟୁବଙ୍କୁ ଏହି ଚୁକ୍ତିନାମା ତାଲିକାରୁ ବାଦ ଦିଆଯାଇଛି।

ରିଜୱାନଙ୍କ ବାବଦରେ କହିବାକୁ ଗଲେ ଚଳିତ ବର୍ଷ ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତର ମଧ୍ୟଭାଗରେ ଘରକୁ ପଠାଯାଇଥିବା ସାତ ଜଣ ଖେଳାଳିଙ୍କ ମଧ୍ୟରେ ସେ ଥିଲେ।

ଏହା ପରେ, NCCIA (ନ୍ୟାସନାଲ୍ ସାଇବର୍ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି) ତାଙ୍କୁ ଅନଲାଇନ୍ ବେଟିଂ ସନ୍ଦେହରେ ତଦନ୍ତ ଏବଂ ପଚରାଉଚରା କରିଥିଲା।

Advertisment ଆହୁରି ପଢନ୍ତୁ: Immigration Reform: ପ୍ରବାସ ନୀତି ସଂସ୍କାରକୁ ନେଇ ରିପବ୍ଲିକାନ ଦୁଇଫାଳ: କେଭିନ୍ ଷ୍ଟିଟ୍‌ଙ୍କ ଦ୍ୱିଦଳୀୟ ସହମତି ଆଇନ ପ୍ରସ୍ତାବକୁ ଭାନ୍ସଙ୍କ ପ୍ରତ୍ୟାଖ୍ୟାନ ସୈମ ଆୟୁବଙ୍କ ନାମ ମଧ୍ୟ ପିସିବିର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ଅନ୍ତର୍ଭୁକ୍ତ।

ଆଉ ଏକ ଉଲ୍ଲେଖନୀୟ ନାମ ହେଉଛି ଶାନ୍ ମାସୁଦ।

ପିସିବି ଏକ ବିବୃତ୍ତି ଜାରି କରି କହିଛି, "ପାକିସ୍ତାନ କ୍ରିକେଟ୍ ବୋର୍ଡ ୩୮ ଜଣ ପୁରୁଷ କ୍ରିକେଟରଙ୍କ ପାଇଁ ଏକ ନୂତନ କେନ୍ଦ୍ରୀୟ ଚୁକ୍ତିନାମା ଗଠନ ଘୋଷଣା କରିଛି, ଯାହା ୩୦ ଜୁନ୍ ୨୦୨୭ ରେ ଶେଷ ହେବ।" ଏହି ତାଲିକାରେ ବାବର ଆଜମ ଏବଂ ସଲମାନ ଅଲି ଆଗାଙ୍କୁ ଶ୍ରେଷ୍ଠ ବର୍ଗରେ ସାମିଲ କରାଯାଇଛି, ଯାହା ଟେଷ୍ଟ ଏବଂ ଦିନିକିଆକୁ କଭର କରେ।

ପାକିସ୍ତାନ ବୋର୍ଡ ଏହି ତାଲିକାକୁ ପାଞ୍ଚଟି ବର୍ଗରେ ବିଭକ୍ତ କରିଛି।

ପ୍ରଥମ ବର୍ଗରେ, ବାବର ଏବଂ ସଲମାନ ଆଗା ଟେଷ୍ଟ ଏବଂ ଦିନିକିଆ ପାଇଁ ଚୁକ୍ତିନାମା ପାଇଛନ୍ତି।

ଦ୍ୱିତୀୟ ଚୁକ୍ତିନାମା ଟେଷ୍ଟ ପାଇଁ, ଯେଉଁଥିରେ ଚାରି ଜଣ ଖେଳାଳି ସାମିଲ ଅଛନ୍ତି।

ଦିନିକିଆ ଏବଂ ଟି୨୦ ପାଇଁ ଚୁକ୍ତିନାମାରେ ଫଖର ଜମାନ, ଅବରାର ଅହମ୍ମଦ ଏବଂ ଶାହିନ ଶାହ ଆଫ୍ରିଦିଙ୍କ ସମେତ ଛଅ ଜଣ ଖେଳାଳି ସାମିଲ ଅଛନ୍ତି।

ଚତୁର୍ଥ ବର୍ଗ ଟି୨୦ ପାଇଁ, ହାସନ ନୱାଜ, ନସୀମ ଶାହ ଏବଂ ଶାଦାବ ଖାନଙ୍କ ସମେତ ସାତ ଜଣ ଖେଳାଳି ଅଛନ୍ତି।

ଚୁକ୍ତିନାମା (ଟେଷ୍ଟ ଏବଂ ଦିନିକିଆ) ବାବର ଆଜମ ଏବଂ ସଲମାନ ଅଲି ଆଗା ଚୁକ୍ତିନାମା (ଟେଷ୍ଟ) ଆଜାନ ଅବୈସ, ମହମ୍ମଦ ଆବାସ, ସାଜିଦ ଖାନ ଏବଂ ସୌଦ ଶକିଲ ଚୁକ୍ତିନାମା (ଦିନିକିଆ ଏବଂ ଟି୨୦) ଅବ୍ରାର ଅହମ୍ମଦ, ଆରାଫତ ମିନହାସ, ଫଖର ଜମାନ, ଫହୀମ ଆଶ୍ରଫ, ହାରିସ ରୌଫ ଏବଂ ଶାହିନ ଶାହ ଆଫ୍ରିଦି।

ଚୁକ୍ତିନାମା (ଟି୨୦) ହାସନ ନୱାଜ, ମାଜ ସଦାକତ, ମହମ୍ମଦ ସଲମାନ ମିର୍ଜା, ନସୀମ ଶାହ, ସାହିବଜାଦା ଫରହାନ, ଶାଦାବ ଖାନ ଏବଂ ଉସମାନ ତାରିକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)