Pakistan security forces: ସୁରକ୍ଷା ବାହିନୀର ପାଲଟା ଗୁଳିଚାଳନାରେ ୧୨ ଆତଙ୍କବାଦୀ ନିହତ, ୨ ଯବାନ ଆହତ

Sep 01, 2026 - 18:12
Pakistan security forces: ସୁରକ୍ଷା ବାହିନୀର ପାଲଟା ଗୁଳିଚାଳନାରେ ୧୨ ଆତଙ୍କବାଦୀ ନିହତ, ୨ ଯବାନ ଆହତ

"କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନସ୍ଥିତ ପ୍ରସିଦ୍ଧ ''ରେକୋ ଦିକ୍'' ତମ୍ବା ଓ ସୁନା ଖଣି ପ୍ରକଳ୍ପରୁ ଫେରୁଥିବା ଏକ କନଭୟ ଉପରେ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି।

ତେବେ ସୁରକ୍ଷା ବାହିନୀର ପାଲଟା ଜବାବ ଯୋଗୁଁ ୧୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଚାଗାଇ ଜିଲ୍ଲାର ପ୍ରକଳ୍ପ ସ୍ଥଳରେ ଶ୍ରମିକମାନଙ୍କୁ ଛାଡ଼ି ପ୍ରାୟ ୩୬ଟି ଖାଲି ଗାଡ଼ି କ୍ୱେଟା ଫେରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ସଶସ୍ତ୍ର ଆତଙ୍କବାଦୀମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରିଥିଲେ।

ଏହାର ଜବାବରେ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୧୨ ଜଣ ଆକ୍ରମଣକାରୀ ପ୍ରାଣ ହରାଇଥିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି।Advertisment ବେଲୁଚିସ୍ତାନମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗଟି ଏହି ଘଟଣାକୁ ସ୍ୱୀକାର କରିବା ସହ ସମଗ୍ର ପ୍ରଦେଶରେ ଗୁଇନ୍ଦା ତଥ୍ୟ ଆଧାରରେ ଆତଙ୍କବାଦୀ ବିରୋଧୀ ଅଭିଯାନ ସଫଳତାର ସହ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ଓ ଇରାନ୍ ସୀମାନ୍ତରେ ଅବସ୍ଥିତ ଏହି ରେକୋ ଦିକ୍ ପ୍ରକଳ୍ପଟି କାନାଡାର ''ବ୍ୟାରିକ୍ ମାଇନିଂ'' ଏବଂ ପାକିସ୍ତାନ ସରକାରଙ୍କ ମିଳିତ ଉଦ୍ୟମରେ ପରିଚାଳିତ ହେଉଛି।

ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନରେ ସ୍ଥାନୀୟ ବିଦ୍ରୋହୀ ସଂଗଠନ ''ବଲୁଚିସ୍ତାନ ଲିବରେସନ୍ ଆର୍ମି'' ଦୀର୍ଘ ଦିନ ହେବ କେନ୍ଦ୍ର ସରକାରଙ୍କ ଶୋଷଣ ବିରୋଧରେ ସଶସ୍ତ୍ର ସଂଗ୍ରାମ ଚଳାଇଛି।

ନିକଟ ଅତୀତରେ ଏହି ସଂଗଠନ ବିଦେଶୀ ନିବେଶ ଓ ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି ଆକ୍ରମଣ ତୀବ୍ର କରିଥିବାରୁ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ଏସସିଓ ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦୀ ସି ଜିନପିଙ୍ଗଙ୍କ ସହ କଲେ ଉଷ୍ମ ସାକ୍ଷାତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)