CNG prices increased: ବାଣିଜ୍ୟିକ ଏଲ୍‌ପିଜି, ସିଏନ୍‌ଜି, ବିମାନ ଇନ୍ଧନ ଦର ବଢ଼ିଲା

Sep 01, 2026 - 18:12
CNG prices increased: ବାଣିଜ୍ୟିକ ଏଲ୍‌ପିଜି, ସିଏନ୍‌ଜି, ବିମାନ ଇନ୍ଧନ ଦର ବଢ଼ିଲା

"ନୂଆଦିଲ୍ଲୀ/ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ବାଣିଜ୍ୟିକ ଏଲ୍‌ପିଜି ଦରବଢ଼ାଇଛନ୍ତି।

୧୯ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡରରେ ପାଖାପାଖି ୧୦ ଟଙ୍କା ବୃଦ୍ଧି ହୋଇଛି।

ଏଥିସହିତ ୫ କେଜିଆ ସିଲିଣ୍ଡର ପିଛା ଏଲ୍‌ପିଜି ଦର ୨ ଟଙ୍କା ବୃଦ୍ଧି ଘଟିଛି।

ଏହି ବୃଦ୍ଧି ଫଳରେ ଭୁବନେଶ୍ବରରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୨୯୧୯ ଟଙ୍କା ହୋଇଛି।

ସେହିଭଳି ୫ କେଜିଆ ଏଲ୍‌ପିଜି ସିଲିଲଣ୍ଡର ଦର ୮୧୦ ଟଙ୍କା ହୋଇଛି।

ତେବେ ଘରୋଇ ଏଲ୍‌ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଭୁବନେଶ୍ବରରେ ସିଏନ୍‌ଜି ଦର ଆଜି କିଲୋଗ୍ରାମ ପିଛା ୧ ଟଙ୍କା ବଢ଼ିଛି।

ପୂର୍ବରୁ ସିଏନ୍‌ଜି ଦର କିଲୋଗ୍ରାମ ପିଛା ୯୪ ଟଙ୍କା ଥିବାବେଳେ ଆଜି ଏହା ୯୫ ଟଙ୍କା ହୋଇଛି।

ବିମାନ ଇନ୍ଧନ ବା ଏଟିଏଫ୍‌ ଦର ଲିଟର ପିଛା ୬ ଟଙ୍କା ୨୮ ପଇସା ବା ୫.୪୬ ପ୍ରତିଶତ ବୃଦ୍ଧି ଘଟି ୧୨୧ ଟଙ୍କା ୨୮ ପଇସା ହୋଇଛି।

ଅଗଷ୍ଟ ପହିଲାରେ ବିମାନ ଇନ୍ଧନ ଦର ଲିଟର ପିଛା ୫ ଟଙ୍କା ବଢ଼ିଥିଲା।

ଉଲ୍ଲେଖଯୋଗ୍ୟ ବିମାନର ପରିଚାଳନା ଖର୍ଚ୍ଚରେ ଇନ୍ଧନର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଥାଏ।

ତେଣୁ ଏହାର ଦରବୃଦ୍ଧି ଗୋଟିଏ ପଟେ ଏୟାରଲାଇନ୍ସଗୁଡ଼ିକର ଲାଭକୁ ପ୍ରଭାବିତ କରିଥାଏ।

ଅନ୍ୟମାନେ ଏଥିପାଇଁ ବିମାନ ଭଡ଼ାବୃଦ୍ଧିର ଆଶଙ୍କା ସୃଷ୍ଟି ହୋଇଥାଏ।Advertisment ଏସସିଓ ସମ୍ମିଳନୀ ଗ୍ରୁପ୍ ଫଟୋରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତିଙ୍କୁ କ୍ରପ୍ କଲା ପାକିସ୍ତାନ ପିଏମଓ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)