Pakistan: ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ ୧୬ ମୃତ, ୭୦ରୁ ଅଧିକ ଆହତ

Sep 07, 2026 - 22:22
Pakistan: ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ ୧୬ ମୃତ, ୭୦ରୁ ଅଧିକ ଆହତ

"ଲାହୋର: ପାକିସ୍ତାନରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା କର୍ତ୍ତୃପକ୍ଷସୋମବାର ସୂଚନା ଦେଇଛନ୍ତି।

ରବିବାର ଲାହୋରଠାରୁ ୬୦୦ କିମି ଦୂର ରହିମ୍‌ ୟାର୍‌ ଖାନ୍‌ ଜିଲ୍ଲାରେ ପ୍ରଥମ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସର୍ଦ୍ଦାର ଗଡ଼ ଅଞ୍ଚଳରେ ଏକ ବାହାଘର ଅତିଥିଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଦ୍ରୁତ ଗତିରେ ଆସୁଥିବା ଟ୍ରେଲର ଧକ୍କା ଦେବାରୁ ବଡ଼ଧରଣର ଦୁର୍ଘଟଣା ହୋଇଥିଲା।Advertisment ଆହୁରି ପଢନ୍ତୁ :bank account money missing ବ୍ୟାଙ୍କ୍‌ ଜମାରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ, ଥାନାରେ ଏତଲା  ଆହତମାନଙ୍କୁ ଶେଖ ଜାୟେଦ୍‌ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଦ୍ବିତୀୟ ଦୁର୍ଘଟଣାଟି ସିନ୍ଧର ଜାକୋବାବାଦ ଜିଲ୍ଲାରେ ଘଟିଛି।

ଲାହୋର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଦ୍ରୁତଗତି ଯୋଗୁ ନିୟନ୍ତ୍ରଣ ହରାଇ ଏକ ଗଛକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଓ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)